ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ,  ଜାଣନ୍ତୁ କାହିଁକି

ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ, ଜାଣନ୍ତୁ କାହିଁକି

ରାଜ୍ୟ ଖବର

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ  ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗତ ୨୪ ତାରିଖ ରାତିରେ ଆଖି ବୁଜିଥିଲେ ୨ ମାଈ ହାତୀ । ଏହି ଘଟଣାରେ କାର୍ୟ୍ୟାନୁଷ୍ଠାନ ସ୍ୱରୂପ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ୨ ଜଣ ହେଲେ ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ ମିତ୍ରଭାନୁ ନାୟକ।  କାର୍ୟ୍ୟରେ ଅବହେଳା ଅଭିଯୋଗରେ ଉଭୟଙ୍କୁ RCCF ନିଲମ୍ବନ କରିଥିବା ନେଇ ଡିଏଫ୍ଓ ସୂଚନା ଦେଇଛନ୍ତି । ଏହାସହ ବିଦ୍ୟୁତ୍‌  ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି  ।


କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ଫାର୍ମ ହାଉସକୁ ଗତ ୨୪ ତାରିଖ ରାତିରେ ଏକ ହାତୀ ପଲ ଲତା ଖାଇବାକୁ ଆସିଥିଲେ। ଲତା ଟାଣି ଖାଉଥିବା ବେଳେ ଅଳ୍ପ ଉଚ୍ଚତାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ମାଈ ହାତୀ ସେଠାରେ ଆଖି ବୁଜି ଦେଇଥିଲେ।
କୃଷି ବିଜ୍ଞାନ କେନ୍ଦ୍ରର ନିକଟରେ ଥିବା ଛାତ୍ରୀ ନିବାସର କିଛି ପିଲା ଏହା ଦେଖି ୨୫ ତାରିଖ ସକାଳେ ବନ ବିଭାଗକୁ ଖବର କରିଥିଲେ। ଖବର ପାଇ କେନ୍ଦୁଝର ରେଞ୍ଜର,ଏସିଏଫ୍‌, ଫରେଷ୍ଟ ଗାର୍ଡ ଓ କିଛି ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସେହି ଲାଇନରେ ଯାଇଥିବା ବିଦ୍ୟୁତ୍‌ କାଟି  ହାତୀ ୨ଟିର ମୃତଦେହ ଉଦ୍ଧାର କରିଥିଲେ।



Powered by Froala Editor