ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଜାଣନ୍ତୁ କିଏ?

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଜାଣନ୍ତୁ କିଏ?

ରାଜ୍ୟ ଖବର

ଭୁବନେଶ୍ୱର : ଏବେ ଆକ୍ସନ ମୋଡରେ ଭିଜିଲାନ୍ସ । ନିକଟରେ ଅନେକ ବଡ ବାବୁମାନେ ଭିଜିଲାନ୍ସ ହାବୁଡରେ ପଡିଥିବାବେଳେ ଆଜି ଢେଙ୍କାନାଳ ସଦର ଥାନା ଆଇଆଇସି ଅଭିନବ ଡାଲୁଆ ଭିଜିଲାନ୍ସ ଜାଲରେ ଫଶି ଯାଇଛନ୍ତି । ଜଣେ କୋଇଲା ଟ୍ରକ୍‌ ମାଲିକଙ୍କ ଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଧରାପଡିଛନ୍ତି । ନିକଟରେ ସେ ଇନ୍ସପେକ୍ଟରରୁ ଡିଏସପିକୁ ପଦୋନ୍ନତି ପାଇଥିଲେ । ରାଉରକେଲା ଡିଏସପି ଭାବେ ପୋଷ୍ଟିଂ ଅର୍ଡର ବି ବାହାରି ସାରିଛି । କିନ୍ତୁ ଆଜି ଭିଜିଲାନ୍ସ ଜାଲରେ ଧରାପଡି ହଟହଟା ହୋଇଛନ୍ତି । 

ଧରାପଡିବା ପରେ ଆଇଆଇସି ଅଭିନବ ଡାଲୁଆଙ୍କୁ ଜେରା କରାଯାଉଛି । ଏହା ସହିତ ଥାନା ପରିସରରେ ଥିବା ଆଇଆଇସିଙ୍କ କ୍ୱାର୍ଟର୍ସରେ ବି ଭିଜିଲାନ୍ସ ରେଡ ଜାରି ରହିଛି।

Powered by Froala Editor