ଆଜି ଏହି ସବୁ ସ୍ଥାନରେ କାଚିବ ବର୍ଷା

ଆଜି ଏହି ସବୁ ସ୍ଥାନରେ କାଚିବ ବର୍ଷା

ରାଜ୍ୟ ଖବର

ଭୁବନେଶ୍ୱର : ଆସନ୍ତା ଦୁଇ ଦିନ ରାଜ୍ୟରେ ବର୍ଷା ଜାରି ରହିବ । ୧ତାରିଖରେ ଦକ୍ଷିଣ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । 

ଗୁରୁବାର ମାଳକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି , ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ବର୍ଷା ସମ୍ଭାବନା ଥିବାରୁ ପ୍ରଶାସନିକ କଳକୁ ପ୍ରସ୍ତୁତ ରଖିବାକୁ ଏସଆରସିଙ୍କ ପକ୍ଷରୁ କୁହାଯାଇଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ମୟୂରଭଂଜ ନୱାନରେ ୫୨.୬, ମାଲକାନଗିରି ମାଥିଲିରେ ୪୨, ମୟୂରଭଂଜ ଶମଖୁଣ୍ଟାରେ ୩୦, କୋରାପୁଟ କୋଟପାଡରେ ୧୩, କଟକ ମାହାଙ୍ଗାରେ ୯, ବାରିପଦାରେ ୭.୮, ଡାବୁଗାଁରେ ୭.୨ମିଲିମିଟର ବର୍ଷା ହୋଇଛି । 

Powered by Froala Editor