କଟକ : କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ମାନସ ଚୌଧୁରୀଙ୍କ ସମେତ ଜିଲ୍ଲା କଂଗ୍ରେସର ଉପସଭାପତି ମନୋଜ ବିଶ୍ୱାଳ , ସାଧାରଣ ସମ୍ପାଦକ ଶୀଶିର ରଥ , ୟୁଥ୍ କଂଗ୍ରେସର ସାଧାରଣ ସଂମ୍ପାଦକ ବିପ୍ଳବ ଶିଳାଦିତ୍ୟ, ଛାତ୍ରନେତା ଶିବ କୁମାର ଅଗ୍ରୱାଲ, ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଆକ୍ୟୁବ ଖାନ,ସମ୍ପାଦକ ସଦାଶିବ ବାରିକ, ସମ୍ପାଦକ ସଚିତାନନ୍ଦ ରାଉତ ଓ ସମ୍ପାଦକ ଉଗ୍ରସେନ ଭୂଇଆଁ ପ୍ରମୁଖ ସାକ୍ଷାତ ଆଲୋଚନା କରିଥିଲେ ।
ସାକ୍ଷାତ ଆଲୋଚନା କାଳରେ ଶ୍ରୀଚୌଧୁରୀଙ୍କ ସହ ଓଡିଶାର ସାଙ୍ଗଠନିକ ସ୍ଥିତି ନେଇ ପାଇଲଟ ବିଶଦ ଭାବରେ ଆଲୋଚନା କରିଥିଲେ । ଏହି ଅବକାଶରେ ଶ୍ରୀ ଚୌଧୁରୀ ଓଡିଶା କଂଗ୍ରେସର ପୁନଃ ଉଦ୍ଧାର ନେଇ କେତେକ ପ୍ରସ୍ତାବ ଦେଇଥିଲେ । ସେହି ପ୍ରସ୍ତାବ ଗୁଡିକୁ ପାଇଲଟ ଭଲ ବୋଲି କହିଥିଲେ । ଏହା ଛଡା ଦେଶ ଓ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଅନୁଶୀଳନ କରି ଆନ୍ଦୋଳନ କରିବା ପାଇଁ ମଧ୍ୟ ପାଇଲଟ ପରାମର୍ଶ ଦେଇଥିଲେ ।
ଏହାଛଡା ଶ୍ରୀ ପାଇଲଟ କହିଥିଲେ, ୨୦୨୪ରେ କଂଗ୍ରେସ କେନ୍ଦ୍ର ଓ ରାଜ୍ୟରେ ଜୋରଦାର ଲଢେଇ କରିବାର ଆବଶ୍ୟକତା ରହିଛି ଓ ଏଥି ପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଅର୍ନ୍ତବିବାଦ ଛାଡି ଏକଜୁଟ୍ ହୋଇ ଲଢିବା ଦରକାର । ସେହିପରି ଆଲୋଚନା କାଳରେ ଶ୍ରୀ ଚୌଧୁରୀ ଶ୍ରୀ ପାଇଲାଟଙ୍କୁ କଂଗ୍ରେସର ସାଙ୍ଗଠନିକ ସ୍ଥିତି ନେଇ ଜିଲ୍ଲା କଂଗ୍ରେସ କେଉଁ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି, ସେ ନେଇ ମଧ୍ୟ ଆଲେଚନା କରିଥିଲେ । ଏହି ୍ରଅବସରରେ ଶ୍ରୀ ପାଇଲଟ ମଧ୍ୟ ତାଙ୍କୁ କିଛି ଟିପ୍ସ ଦେଇଥିବା ସୂଚନା ମିଳିଛି ।
Powered by Froala Editor
