କେନ୍ଦୁଝର: ସ୍ତ୍ରୀ ଆଗରେ ପୋଖରୀକୁ ଡେଇଁ ପଡିଲା ସ୍ୱାମୀ। ସାମାନ୍ୟ ବଚସାରୁ କେନ୍ଦୁଝର ସହର ସ୍ଥିତ ଶିରିପୁର ଗାଁରେ ଘଟିଛି ଏଭଳି ଅଘଟଣ। ଉକ୍ତ ବ୍ୟକ୍ତି ଜଣକ ନିଖୋଜ ଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।
ସୂଚନା ମୁତାବକ, କେନ୍ଦୁଝର ଶିରିପୁର ଗାଁ ନିକଟରେ ସ୍ୱାମୀ କୁନୁ ମୁଖୀ ଓ ତାଙ୍କ ସ୍ତ୍ରୀ ଶୁଭଦ୍ରା ଲୋହାର ଦୁହେଁ ଚାଲି ଚାଲି ଯାଉଥିଲେ। ଏତିକି ବେଳେ ହଠାତ୍ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ କୁନୁ ମୁଖୀ ରାଗି ଯାଇ ଶିରିପୁର ଗାଁ ନିକଟରେ ଥିବା ପୋଖରୀକୁ ଡେଇଁ ପଡିଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ କୁନୁ ମୁଖିଙ୍କ ପତ୍ତା ମିଳିନଥିବାରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି। ଆଜି ସକାଳୁ ସ୍ୱାମୀ ସ୍ତ୍ରୀ ଉଭୟ ହାଣ୍ଡିଆ ପିଇବାକୁ ଶିରିପୁର ଆସିଥିଲେ। ହାଣ୍ଡିଆ ପିଇ ଫେରିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
Powered by Froala Editor
