ମୁମ୍ବାଇ: ‘ହୁରୁନ୍’ ଗ୍ଲୋବାଲ୍ ରିଚ୍ ତାଲିକା ୨୦୧୯ ତଥ୍ୟ ଅନୁସାରେ,ବିଶ୍ୱର ୧୦ ଜଣ ସର୍ବ ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାଭୁକ୍ତ ହୋଇଛନ୍ତି ମୁକେଶ ଅମ୍ବାନୀ । କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି ତାଲିକାର ସର୍ବଗ୍ରେ ରହିଛନ୍ତି ଆମାଜନ୍ର ମୁଖ୍ୟ ଜେଫ୍ ବେଜସ୍। ତାଲିକାର ୮ମ ସ୍ଥାନରେ ରହିଛନ୍ତି ୫୪ ବିଲିୟନ୍ ଆମେରିକୀୟ ଡଲାର୍ (ଭାରତୀୟ ଟଙ୍କାରେ ପ୍ରାୟ ୩. ୮୩ ଲକ୍ଷ କୋଟି) ସମ୍ପତ୍ତି ଥିବା ମୁକେଶ ଅମ୍ବାନୀ। ଶ୍ରେଷ୍ଠ ୧୦ ତାଲିକାରେ ଥିବା ଏକମାତ୍ର ବ୍ୟକ୍ତି ହେଉଛନ୍ତି ଅମ୍ବାନୀ। ରିଲାଏନ୍ସ୍ ମାଲିକାନାର ପ୍ରାୟ ୫୨% ରହିଛି ମୁକେଶଙ୍କ ପାଖରେ।
