ଟ୍ୱିଟରକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ଟ୍ୱିଟରକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ଜାତୀୟ ଖବର

ନୂଆଦିଲ୍ଲୀ : ଟ୍ୱିଟକୁ ଆଗାମୀ ଦନରେ ଏଡିଟ୍‌ କରିହେବ । ମାଇକ୍ରୋବ୍ଲଗିଂ ସାଇଟ ଟ୍ୱିଟରକୁ ଲୋକମାନେ ବହୁମାତ୍ରାରେ ବ୍ୟବହାର କରୁଚନ୍ତି । ବିଶିଷ୍ଟ ବ୍ୟକ୍ତି ଏବଂ ସରକାରୀ ସଂସ୍ଥା ଗୁଡିକ ମଧ୍ୟ ଏହା ମାଧ୍ୟମରେ ସୂଚନା ପ୍ରଦାନ କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଥରେ ପୋଷ୍ଟ ହୋଇଥିବା ଟ୍ୱିଟକୁ ଏଡିଟ କରାଯାଇ ପାରୁନଥିଲା । ଅର୍ଥାତ କୌଣସି ପରିବର୍ତ୍ତନ କରାଯାଇ ପାରୁନଥିଲା । କିନ୍ତୁ ଟ୍ୱିଟରଏଡିଟ୍‌ ଫିଚର ସାମିଲ କରିଥିବା ଘୋଷଣା କରିଛି । ‘ଟ୍ୱିଟର ବ୍ଲୁ’ ଅର୍ଥାତ ପେଡ ସର୍ଭିସ୍‌ ବର୍ଗର ଗ୍ରାହକମାନେ ଏହି ସୁବିଧା ପାଇବେ । ଟ୍ୱିଟର ବ୍ଲୁ ସେବା ଏବେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜଲାଣ୍ଡରେ ଉପଲବ୍ଧ ହେଉଛି । ଟ୍ୱିଟର ବ୍ଲୁ ସେବା ପାଇଁ ୟୁଜରଙ୍କୁ ଅର୍ଥ ଦେବାକୁ ପଡିଥାଏ । ଏହାସତ୍ତେ୍ୱ ଦେଶବ୍ୟାପି ଟ୍ୱିଟର ବ୍ୟବହାକକାରୀଙ୍କ ମଧ୍ୟରେ ଏହାକୁ ନେଇ ଖୁସିର ଲହରି ଖେଳିଯାଇଛି । ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ଆଶ ରହିଛି । 

ଉକ୍ତ କଂପରନୀଗୁଡିକ କ୍ରୟ ପାଇଁ ୪୪ ବିଲିୟନ ଡଲାର ରାଜିନାମାରୁ ଓହରିଯିବାକୁ ଚେଷ୍ଟା ଚଳାଇଥିବା ଏଲନ ମସ୍କଙ୍କୁ କେତେକ ବ୍ୟକ୍ତି ଟ୍ୱିଟରର ନୂଆ ଅପଡେଟ୍‌ ବିଷୟରେ ସୂଚନା ଦେବାକୁ ଯାଇ ଟ୍ୟାଗ କରିଛନ୍ତି । ଟ୍ୱିଟର ଅଳ୍ପ କିଛି ଲୋକଙ୍କ ମଧ୍ୟରେ ଏଡିଟିଂ ସେବାର ପରୀକ୍ଷା ନିରୀକ୍ଷା କରୁଛି । କେଉଁସବୁ ସମସ୍ୟା ଉପୁଜୁଛି ଏବଂ ତାହାର ସମାଧାନ କିଭଳି କରାଯିବ ତାହା ଉପରେ କାର୍ଯ୍ୟ ଚାଲିଛି । 

ପରୀକ୍ଷଣ ସମୟରେ ଟ୍ୱିଟ କରାଯିବାର ୩୦ ମିନିଟ୍‌ ମଧ୍ୟରେ ଟ୍ୱିଟର ଏଡିଟିଂ କରାଯାଇପାରିବ । ଟ୍ୱିଟକୁ ଏଡିଟ୍‌ କରାଯାଇଛି ବେ।ଲି ସେଥିରେ ସୂଚନା ଦେବାଲାଗି ଲେବଲ୍‌, ଟାଇମଷ୍ଟାମ୍ପ ଏବଂ ଆଇକନ୍‌ ଆଦି ରହିବ ।

Powered by Froala Editor