ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ବାବୁନୂଆଗାଁ ଗ୍ରାମର ପାର୍ଥବ ପାତ୍ରଙ୍କ ପାଞ୍ଚ ବର୍ଷର ଶିଶୁପୁତ୍ର ମୋରମ ଖାଦାନରେ ପଡ଼ି ମୃତ୍ୟୁବରଣ କରିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ପାର୍ଥବ ପାତ୍ରଙ୍କ ପାଞ୍ଚ ବର୍ଷର ଶିଶୁପୁତ୍ର ବିକାଶ ପାତ୍ର ମୁରୁମ ଖାଦାନରେ ଗ୍ରାମ ନିକଟରେ ଥିବା ପଡିଆକୁ ଶୌଚ ହେବାକୁ ଯାଇଥିଲା। ପରେ ପାଖରେ ଥିବା ପୂର୍ବରୁ ଖୋଳା ଯାଇଥିବା ଏକ ମୋରୁମ ଖାଦାନକୁ ଧୋଇ ହେବାକୁ ଯାଇଥିବା ବେଳେ ଉକ୍ତ ଖାଦାନରେ ବୁଡ଼ି ଯାଇଥିଲା
ପରେ କିଛି ଲୋକ ଦେଖିବା ପରେ ଘରଲୋକ ଉକ୍ତ ଶିଶୁକୁ ଉଦ୍ଧାର କରି ବଣାଇ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶିଶୁର ମୃତ୍ୟୁକୁ ନେଇ ବାବୁ ନୂଆଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବଣାଇ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor
