ଭୁବନେଶ୍ୱର: ନୂତନ ପିଢ଼ି ଏବେ ଟଙ୍କା କମାଇବା ପାଇଁ ଅତ୍ୟଧିକ କାମ କରିବାକୁ ପଛାଉ ନାହିଁ । ଏହ ସହିତ ଖାଦ୍ୟପେୟରେ ମଧ୍ୟ ସାବଧାନତା ରଖୁନାହିଁ । ତେଣୁ ବିଭିନ୍ନ ପ୍ରକାରର ରୋଗଗ୍ରସ୍ତ ହେଉଛି । ଏବେ ହୃଦଘାତ ହେଉଛି ଏକ ସାଧାରଣ ସମସ୍ୟା । ହେଲେ ହୃଦରୋଗର ସଠିକ ଚିକିସôା କରାଇନେବା ଆବଶ୍ୟକ । ଶାରୀରିକ ପରିଶ୍ରମର ଅଭାବ, ନିଶା ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା ଆଦି ହୃଦ୍ରୋଗର ଅନ୍ୟତମ କାରଣ। ବର୍ତ୍ତମାନ ସମୟରେ ଅଧିକାଂଶ ଯୁବବର୍ଗ ହୃଦ୍ରୋଗର ଶିକାର ହେଉଛନ୍ତି।
ଅନ୍ତତଃ ପକ୍ଷେ ମାସକୁ ଥରେ ଉପବାସ ରହିବା ଦ୍ୱାରା ହୃଦ୍ଘାତ ଆଶଙ୍କା ହ୍ରାସ ପାଏ। ଅଲିଭ୍ ତେଲ ହୃତ୍ପିଣ୍ଡଜନିତ ସମସ୍ୟା ହ୍ରାସ କରିପାରେ। ହଳଦୀରେ ଥିବା କୁର୍କମିନ୍ ନାମକ ଓଷଧୀୟ ପଦାର୍ଥ ହୃଦ୍ରୋଗରୁ ରକ୍ଷା କରିଥାଏ। ତେଣୁ ସବୁବେଳେ ଚାପମୁକ୍ତ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରୁହନ୍ତୁ। ଦୈନିକ ଅତି କମ୍ରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ। ହୃଦ୍ରୋଗ ପାଇଁ ଓଜନ ବୃଦ୍ଧି ବା ମେଦ ବହୁଳତା ୩୨ ଭାଗ ଦାୟୀ। ତେଣୁ ଶରୀରର ଗଢ଼ଣ ଓ ବୟସ ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ତାହା ଜାଣନ୍ତୁ। ଆବଶ୍ୟକତାଠାରୁ ଅଧିକ ଓଜନ ଥିଲେ, ତାହାକୁ କେମିତି ସନ୍ତୁଳିତ ସ୍ତରକୁ ଆଣିହେବ, ସେଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
Powered by Froala Editor
