ରୋଷେଇ ଘରେ ଏହି ସବୁ ଜିନିଷ ଥିଲେ, ରହିବେ ଫିଟ୍‌

ରୋଷେଇ ଘରେ ଏହି ସବୁ ଜିନିଷ ଥିଲେ, ରହିବେ ଫିଟ୍‌

ବିଶେଷ ଖବର

ଭୁବନେଶ୍ୱର: ରୋଷେଇ ଘର ଯାହା ପ୍ରତିଟି ଘରର ଏକ ପରିଚୟ । ସେଠାରୁ ଆମର ଦିନ ଆରମ୍ଭ ହୋଇଥାଏ କହିଲେ ଚଳିବ । ସକାଳର ଚା’ ହେଉକି ଖାଦ୍ୟ ପ୍ରସ୍ତୁତି ରୋଷେଇ ଘରେ ଥିବା ସାମଗ୍ରୀ ବ୍ୟବହୃତ ହୋଇଥାଏ । ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ । ଯେମିତିକି:

ଅଦା-ରସୁଣ: ଭୋକ ବୃଦ୍ଧି କରାଇବା ସହ ଗ୍ୟାସ୍, ଆର୍ଥ୍ରାଇଟିସ୍, ସ୍ପଣ୍ଡିଲାଇଟ୍ସ, ଥଣ୍ଡା କାଶ ସମସ୍ୟାରୁ ଅଦା ମୁକ୍ତି ଦିଏ । ରସୁଣ କୋଲେଷ୍ଟ୍ରୋଲ୍, ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣରେ ରଖେ ଓ ଥଣ୍ଡାଜନିତ ରୋଗରୁ ରକ୍ଷା ଦେଇଥାଏ ।

ଡାଲଚିନି: ଏହା କୋଲେଷ୍ଟ୍ରୋଲ୍ ଓ ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣରେ ରଖିବା ସହ ଓଜନ କମାଇଥାଏ । ମହୁ ସହିତ ଡାଲଚିନି ଗୁଣ୍ଡ ଖାଇଲେ ଆର୍ଥ୍ରାଇଟିସ୍ ରୋଗୀଙ୍କୁ ଅନେକ ଆରାମ ମିଳିଥାଏ ବୋଲି ବିଶ୍ୱାସ କରାଯାଏ ।

ଲେମ୍ବୁ: ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଫ୍ରେସ ଅନୁଭବ ହୁଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା, କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖିବାରେ ବି ସାହାଯ୍ୟ କରିଥାଏ ।

ମହୁ: ଅଦା ରସରେ କିଛି ମହୁ ମିଶାଇ ଖାଇଲେ ଥଣ୍ଡାକାଶରୁ ମୁକ୍ତି ମିଳେ । ଏହା ହିମୋଗ୍ଲୋବିନକୁ ବି ବଢ଼ାଇଥାଏ । ଖଣ୍ଡିଆ କିମ୍ବା ପୋଡାଜଳା ସ୍ଥାନରେ ମହୁ ଲଗାଇଲେ ବି ବେଶ୍ ଆରାମ ମିଳେ ।

ଲବଙ୍ଗ: କିଛି ଲବଙ୍ଗ ଗୁଣ୍ଡକୁ ପାଣିରେ ଫୁଟାଇ ସେହି ପାଣିକୁ ଉଷୁମ ଉଷୁମ ପିଇଲେ ଗ୍ୟାସ ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିବା ସହ ଆମ୍ବିଳା ହେକୁଟି ହେବା ବନ୍ଦ ହୋଇଯାଇଥାଏ । ପାଟି ଦୁର୍ଗନ୍ଧ ସମସ୍ୟା, ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ବି ଲବଙ୍ଗ ବେଶ୍ ଉପକାରୀ ହୋଇଥାଏ ।



Powered by Froala Editor