ମହୁମାଛି ଆକ୍ରମଣରେ ଜଣେ ମୃତ

ମହୁମାଛି ଆକ୍ରମଣରେ ଜଣେ ମୃତ

ବିଶେଷ ଖବର

କନ୍ଧମାଳ: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୁତ୍ୟୁ ଘଟିଛି। ଚାଞ୍ଚେଡି ପଞ୍ଚାୟତ କେଲେମା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନାନୁଯାୟୀ, କେଲେମା ଗ୍ରାମର ଗୁଡ଼ି ନାୟକ ମହୁ ବାହାର କରିବା ପାଇଁ ଏକ ଗଛରେ ଚଢ଼ିଥିଲେ କ୍ଷ ହେଲେ ଦୁର୍ଭାଗ୍ୟବଶତଃ ସେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଗୁଡ଼ିଙ୍କ ମୃତଦେହ ଗଛ ଉପରେ ଝୁଲି ରହିଥିଲା। ସକାଳୁ କିଛି ଗ୍ରାମବାସୀ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସାରଙ୍ଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ଵାଳ ପହଞ୍ଚି ଦମକଳ ବାହିନୀ ଏବଂ ବନବିଭାଗ ସହାୟତାରେ ମୃତଦେହ ଉଦ୍ଧାର କରିଛନ୍ତି। ସାରଙ୍ଗଡ଼ ଥାନାରେ ୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି କ୍ଷ



Powered by Froala Editor