ଭୁବନେଶ୍ୱର: ଘରେ ସର୍ବଦା ଅଶାନ୍ତି ଲାଗିରହୁଛି କି? ଏହା ଆପଣଙ୍କ ଜୀବନଶୈଳୀକୁ ପ୍ରଭାବିତ କରୁଛି କି? ତେବେ ଚିନ୍ତା ନ କରି ଆପଣଙ୍କ ଘରର ବାସ୍ତୁ ଉପରେ ରଖନ୍ତୁ ଧ୍ୟାନ । ଆସନ୍ତୁ ଜାଣିବା କିଛି ବାସ୍ତୁ ଟିପ୍ସ...
- ଅନେକ ସମୟରେ ଦେଖାଯାଏ, କିଛି ବାସ୍ତୁଦୋଷ ଥିଲେ ଘରେ ସର୍ବଦା କଳହ ଲାଗିବା ସହ ଅଭାବ ଦେଖା ଦେଇଥାଏ। ଏପରି ସ୍ଥଳେ କାଚ ଗିନାରେ କିଛି ଲୁଣ ନେଇ ଗାଧୁଆ ଘରେ ରଖିଦେଲେ କ୍ରମେ ବାସ୍ତୁଦୋଷ ଆପେ ଆପେ ସମାଧାନ ହୋଇଯାଏ ବୋଲି ବିଶ୍ୱାସ ରହିଛି।
- ଘରେ ରାହୁ ଦୋଷ ଥିଲେ ମୟୂର ପୁଚ୍ଛକୁ ଘରର ପୂର୍ବ ତଥା ଉତ୍ତର ଦିଗରେ ଥିବା କବାଟରେ ଲଗାଇଦେଲେ ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
- ଘରର ମୁଖ୍ୟଦ୍ୱାର ବା ମୁଖ୍ୟଦ୍ୱାରର କବାଟ ଉପରେ ଘଣ୍ଟା ଲଗାନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ସର୍ବଦା ଝଗଡ଼ା ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
- କାଉଟିଏ ପାଣି ପାତ୍ରରୁ ପାଣି ପିଉଥିବାର ଅବା ଖାଦ୍ୟ ଧରି ଉଡ଼ିଯାଉଥିବାର ଦୃଶ୍ୟ ଶୁଭ ସୂଚନା ଦେଇଥାଏ। ତେଣୁ ପ୍ରତ୍ୟେକେ ନିଜ ନିଜ ଘର ସମ୍ମୁଖରେ ପକ୍ଷୀଙ୍କ ପିଇବା ପାଇଁ ପାଣିପାତ୍ର ରଖିବା ଦରକାର। ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।
- ପ୍ରଭୁ ହନୁମାନଙ୍କର ପ୍ରତିମାକୁ ଘରର ମୁଖ୍ୟଦ୍ୱାର ନିକଟରେ ସ୍ଥାପନା କଲେ, ଘର ମଧ୍ୟକୁ କୌଣସି ନକରାତ୍ମକ ଉର୍ଜ୍ଜା ପ୍ରବେଶ କରି ନଥାଏ। ପ୍ରଭୁ ସଙ୍କଟମୋଚନ ଘର ପ୍ରତି ଆସୁଥିବା ବିପଦକୁ ଖଣ୍ଡନ କରି ଦିଅନ୍ତି ବୋଲି ବିଶ୍ୱାସ ରହିଛି।
Powered by Froala Editor
