ଲଣ୍ଡନ : ବ୍ରିଟିଶ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ମନୋନୀତ ହୋଇଛନ୍ତି । ବ୍ରିଟେନରେ ଶାସନ କରୁଥିବା କଂଜରଭେଟିଭ ଦଳ ପକ୍ଷରୁ ତାଙ୍କୁ ନେତା ନିର୍ବାଚିତ କରାଯିବା ପରେ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ବନ୍ଦିତା ପରେ ଟ୍ରସ୍ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ କଂଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି । ଲିଜଙ୍କୁ ୮୧,୩୨୬ଟି ଭୋଟ ମିଳିଥିବାବେଳେ ସୁନକଙ୍କୁ ୬୦,୩୯୯ଟି ଭୋଟ ମିଳିଥିଲା ।
ଶକ୍ତି ସଂକଟ, ମାନ୍ଦାବସ୍ଥା ପରି କେତେକ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ରିଟେନର ଅର୍ଥନୀତିକୁ ସଜାଡ଼ିବା ନୂଆ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।ପ୍ରଧାନମନ୍ତ୍ରୀ ପଦ ପାଇଁ ନାମ ଘୋଷଣା ହେବା ପରେ ଲିଜ କହିଛନ୍ତି ଯେ ସେ ଟିକସ ହ୍ରାସ, ଅର୍ଥନୀତିକୁ ଆଗକୁ ନେବା ଓ ଶକ୍ତି ସଂକଟ ଓ ଲେକଙ୍କ ବିଦ୍ୟୁତ ବିଲ ବାବଦରେ ସେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ । ଏହାଛଡ଼ା ଜାତୀୟ ସ୍ବାସ୍ଥ୍ୟ ସେବା ମଧ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।
Powered by Froala Editor
