ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଲାଇଗର ୨୦୨୨ର ସବୁଠାରୁ ବଡ ଫ୍ଲପ ସାବ୍ୟସ୍ତ ହୋଇଛି। ଫିଲ୍ମକୁ ନେଇ ଦର୍ଶକ ଅନେକ ଆଶା ରଖିଥିବା ବେଳେ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରି ନାହିଁ। ଏଭଳି ସ୍ଥିତିରେ ବର୍ତ୍ତମାନ ସୂଚନା ମିଳୁଛି ଯେ ବକ୍ସ ଅଫିସରେ ଫିଲ୍ମ ଫ୍ଲପ ହେବା ପରେ ବିଜୟ ଦେବରକୋଣ୍ଡା ତାଙ୍କ ପାରିଶ୍ରମିକରୁ ୬କୋଟି ଟଙ୍କା ତାଙ୍କ ପ୍ରଯୋଜକଙ୍କୁ ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ନିର୍ଦ୍ଦେଶକ-ନିର୍ମାତା ପୁରୀ ଜଗନ୍ନାଥ ଖୁବ୍ ଶୀଘ୍ର ବିତରକମାନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି, ଯେଉଁମାନେ ଏହି ଫିଲ୍ମ ଯୋଗୁଁ ବହୁ କ୍ଷତି ସହିଥିଲେ।
ଏହା ପୂର୍ବରୁ ଲାଲ୍ ସିଂହ ଚଢ଼ାର ବିଫଳତାର ଦାୟିତ୍ବ ନେଇ ଅଭିନୟ ପାଇଁ ପାରିଶ୍ରମିକ ନେବାକୁ ମନା କରିଥିଲେ ଆମୀର ଖାନ୍। ଅମୀର ଖାନ ନିଷ୍ପତ୍ତି ନେଇଥିଲେ ଯେ, ସେ ‘ଲାଲ ସିଂ ଚଢ଼ା’ ପାଇଁ ପାରିଶ୍ରମିକ ନେବେ ନାହିଁ। ଏଭଳି କରିବା ଦ୍ୱାରା ସେ ନିର୍ମାତାମାନଙ୍କୁ କ୍ଷତିପୂରଣ ଦେଇପାରିବେ। କୁହାଯାଉଛି ଯେ ଯଦି ଆମୀର ତାଙ୍କ ପାରିଶ୍ରମିକ ନେବେ, ତେବେ ଭାୟାକମ୍ ୧୮ ଷ୍ଟୁଡିଓକୁ ପ୍ରାୟ ୧୦୦କୋଟିର କ୍ଷତି ସହିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ଆମୀର ଆଗକୁ ଆସି ନିଜେ ସେହି କ୍ଷତି ସହିବାକୁ ନିଷ୍ପତ୍ତି ନେଇଥିଲେ। ଏଭଳି ହେବା ଦ୍ବାରା ନିର୍ମାତାମାନଙ୍କୁ ସେତେ ଅଧିକ କ୍ଷତି ସହିବାକୁ ପଡ଼ିବ ନାହିଁ।
Powered by Froala Editor
