ଭୁବନେଶ୍ୱର: ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ । ମାତ୍ର ଦିନ ସାରା ଯଦି ଏହି ପ୍ରକ୍ରିୟା ଲାଗି ରହେ ତେବେ ଏହା ରୋଗର ସଙ୍କେତ ଦେଇଥାଏ । ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପାଚନ ତନ୍ତ୍ର ଠିକ୍ ଭାବେ କାର୍ଯ୍ୟ ନ କରିବା । ତେବେ ଜାଣନ୍ତୁ କେଉଁ ସବୁ କାରଣ ପାଇଁ ହାକୁଟି ଦେଇଥାଏ । ତେବେ ଅଚାନକ ଓଜନ୍ କମ୍ ହେବା ସହ ହାକୁଟି ମାରିବା ଫଳରେ କ୍ୟାନସର ଆଶଙ୍କା ଦେଖାଯାଇଥାଏ ।
- ପାଟି ବଡ଼ କରି ଖାଉଥିବା ବ୍ୟକ୍ତି ଖାଦ୍ୟକୁ ଭଲଭାବେ ନ ଚୋବାଇ ଖାଇବା ଫଳରେ ପେଟରେ ପେଟରେ ପବନ ପଶିଥାଏ ଯେଉଁଥିପାଇଁ ହାକୁଟି ଦେଇଥାଏ । ଏହାକୁ ‘ଏରୋଫେଜିଆ’ କୁହାଯାଏ ।
- ଅନେକ ସମସୟରେ ଗ୍ୟାସ ହେବା କାରଣରୁ ମଧ୍ୟ ଏହି ସମସ୍ୟା ଦେଖାଯାଇଥାଏ ।
- ଅନେକ ସମୟରେ ଚିନ୍ତା କରିବା ଫଳରେ ହାକୁଟି ଦେଇଥାଏ ।
ତେବେ ଏଥିରୁ ବିରତି ପାଇବା ପାଇଁ ସଠିକ ସମୟରେ ଖାଇବା ଖାଇବା ସହ ଶରୀରରେ ଜଳର ପରିମାଣ ସଠିକ ରଖିବାକୁ ଚେଷ୍ଟା କରନ୍ତୁ । ଏହା ସହିତ ଆପଣ ଡ଼ାକ୍ତଙ୍କର ମଧ୍ୟ ପରାମର୍ଶ ନେଇପାରିବେ ।
Powered by Froala Editor
