ଏହି ଦିନ ଓଡିଶା ଆସିବେ ଜେ.ପି ନଡ୍ଡା

ଏହି ଦିନ ଓଡିଶା ଆସିବେ ଜେ.ପି ନଡ୍ଡା

ଜାତୀୟ ଖବର

ଭୁବନେଶ୍ଵର : ସେପ୍ଟେମ୍ବର ୨୯ ରେ ଦୁଇ ଦିନିଆ ଓଡ଼ିଶ ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ବିଜେପି କୋର୍ କମିଟି ବୈଠକରେ ଚୂଡାନ୍ତ ହେଲା କାର୍ୟ୍ୟକ୍ରମ। ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ରାଜ୍ୟ ପଦାଧିକାରୀଙ୍କ ବୈଠକ ପରେ ଏନେଇ ସୂଚନା ମିଳିଛି।

ସୂଚନାନୁଯାୟୀ, ଆସନ୍ତା ୧୩, ୧୪ ଓ ୧୫ରେ ପୁରୀରେ ବିଜେପିର ପ୍ରଶିକ୍ଷଣ କାର୍ୟ୍ୟକ୍ରମ ହେବ। ବିଜେପିର ରାଷ୍ଟ୍ରୀୟ କାର୍ୟ୍ୟକର୍ତ୍ତା ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ବିଜେପି ଆନ୍ଦୋଳନ କରିବ। ୩୭ ହଜାର ବୁଥ୍ ସ୍ତରରେ ଆନ୍ଦୋଳନ ହେବ। ଏନେଇ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Powered by Froala Editor