କିପରି ବସିବେ କମ୍ପ୍ୟୁଟର ସାମ୍ନାରେ?

କିପରି ବସିବେ କମ୍ପ୍ୟୁଟର ସାମ୍ନାରେ?

ବିଶେଷ ଖବର

ଭୁବନେଶ୍ୱର: କର୍ମ ବହୁଳ ଜୀବନଶୈଳୀ । ବର୍ତ୍ତମାନ ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ବିଶେଷ କରି ଯୁବପିଢି ଅଧିକାଂଶ ସମୟ କମ୍ପ୍ୟୁଟର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ପଢିବା ଲାଗି ହେଉ ଅବା ଅଫିସ୍‌ କାମ ପାଇଁ କମ୍ପ୍ୟୁଟର ଆଗରେ ଦୀର୍ଘ ସମୟ ବସିବା ଦ୍ୱାରା ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖାଦେଉଛି । ଯାହାକୁ ଦୂର କରିବା ଲାଗି କେତୋଟି ଉପଚାର ଆପଣାଇଲେ ଉପକୃତ ହୋଇପାରିବେ ।

ସର୍ବପ୍ରଥମେ ନିଜର ବସିବା ଶୈଳୀକୁ ଠିକ୍‌ କରନ୍ତୁ । ଏକ କମ୍ଫର୍ଟବଲ୍‌ ପୋଜିସନରେ ବସନ୍ତୁ ଯେପରି ବେକ, ପିଠି, ଅଣ୍ଟା ସିଧା ରହିବ । କାରଣ କମ୍ପ୍ୟୁଟରରେ କାମ କରିବା ବେଳେ ଭୁଲ୍‌ ବସିବା ଶୈଳୀ ମଧ୍ୟ କେତେକାଂଶରେ ସ୍ପଣ୍ଡିଲାଇଟିସ୍‌ ପାଇଁ ଦାୟୀ ।

କାମ କରିବା ବେଳେ ଯଦି ବେକ, ଅଣ୍ଟା, ମେରୁଦଣ୍ଡ ଆଦିରେ ଯନ୍ତ୍ରଣା ଆରମ୍ଭ ହୁଏ, ତେବେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ନ ରହି କିଛି ସମୟ ପାଇଁ ନିଜ ଜାଗାରୁ ଉଠି ଚଲାବୁଲା କରନ୍ତୁ ।

ଯଦି ଅଧିକ ଯନ୍ତ୍ରଣା ହେଉଥାଏ, ତେବେ ଉକ୍ତ ସ୍ଥାନରେ ଆଇସ୍‌ ପ୍ୟାକ୍‌ ଲଗାନ୍ତୁ । ନଚେତ୍‌ ଆପଣ ହିଟିଂ ପ୍ୟାଡରେ ବି ସେକି ପାରିବେ ।

ଯେହେତୁ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା ବେକ ଅଧିକ ପ୍ରଭାବିତ ହୋଇଥାଏ, ତେଣୁ ଏଥିରୁ ଉପଶମ ପାଇବା ଲାଗି ବିଭିନ୍ନ ପ୍ରକାର ନେକ୍‌ ଷ୍ଟ୍ରେଚ ଏକ୍ସରସାଇଜ୍‌ କରନ୍ତୁ ।

ମେରୁଦଣ୍ଡରେ ଥିବା ଷ୍ଟିଫନେସ୍‌ କମ କରିବା ଲାଗି ପ୍ରତିଦିନ ଶାଲଭାସନ, ବକ୍ରାସନ, ଅର୍ଦ୍ଧଚକ୍ରାସନ, ଧନୁରାସନ, ଶବାସନ ଇତ୍ୟାଦି ଭଳି ଯୋଗ କରନ୍ତୁ । ମନେରଖନ୍ତୁ, ଯୋଗ ଟ୍ରେନର, ଫିଜିଓଥେରାପିଷ୍ଟଙ୍କ ପରାମର୍ଶ କ୍ରମେ ଯୋଗ କିମ୍ବା ବ୍ୟାୟାମ କରିବା ନିରାପଦ ।

Powered by Froala Editor