ଯୋଗୀଙ୍କ ମନ୍ତ୍ରୀଙ୍କୁ ଅଖିଳେଶଙ୍କ ଅଫର

ଯୋଗୀଙ୍କ ମନ୍ତ୍ରୀଙ୍କୁ ଅଖିଳେଶଙ୍କ ଅଫର

ଜାତୀୟ ଖବର

ଲକ୍ଷ୍ନୌ: ଯୋଗୀ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ବଡ଼ ଅଫର ଦେଲେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ। ଅନେକ ସମୟରେ ତାଙ୍କୁ ସମାଲୋଚନା କରୁଥିବା ଅଖିଳେଶ ବର୍ତ୍ତମାନ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଅଖିଳେଶ ଯାଦବ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ୧୦୦ବିଜେପି ବିଧାୟକ ଆଣିଲେ ମୁଖ୍ୟମନ୍ତ୍ରୀ କରିବାକୁ ଅଫର ଦେଇଛନ୍ତି।ମଙ୍ଗଳବାର ଦିନ ଘରୋଇ ନ୍ୟୁଜ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଅଖିଳେଶ ଯାଦବ କହିଛନ୍ତି ଯେ ଯଦି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ବିହାରର ହୋଇଥିବା ରାଜନୀତିରୁ କିଛି ଶିଖି ନିଜ ସହ ୧୦୦ଜଣ ବିଜେପି ବିଧାୟକ ଆଣନ୍ତି, ତେବେ ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବି। ଅଖିଳେଶଙ୍କ ଅଫର ପରେ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯିବା ଆରମ୍ଭ ହୋଇଛି।

କେଶବ ପ୍ରସାଦ ମୌର୍ଯ୍ୟ ଅଖିଳେଶଙ୍କ ଅଫରକୁ ନେଇ କହିଛନ୍ତି ଯେ ଅଖିଳେଶ ଯାଦବ ମୋତେ ଘୃଣା କରନ୍ତି। ମୋ ପାଇଁ ଅଖିଳେଶଙ୍କ ମନରେ ଭଲପାଇବା କେତେ ତାହା ବିଧାନସଭାରେ ସମସ୍ତେ ଦେଖିଛନ୍ତି। ଅଖିଳେଶ ଯାଦବ ନିଜେ ବୁଡ଼ିବାକୁ ଯାଉଛନ୍ତି, ସେ ମୋତେ କ’ଣ ମୁଖ୍ୟମନ୍ତ୍ରୀ କରିବେ।ବିଜେପି ରାଜ୍ୟ ସଭାପତି ଭୁପେନ୍ଦ୍ର ସିଂ ଚୌଧୁରୀ ମଧ୍ୟ ଅଖିଳେଶଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ, ମୌର୍ଯ୍ୟ ଜଣେ ସ୍ୱାର୍ଥପର ନେତା ନୁହଁନ୍ତି। ଅଖିଳେଶ ଯାଦବ ଆପଣ ନିଜର ଗଠବନ୍ଧନ ଏବଂ ପରିବାର ବିଷୟରେ ଚିନ୍ତା କରନ୍ତୁ। କାରଣ ସପା ଗଠବନ୍ଧନର ବିଧାୟକମାନେ ବିଜେପି ସହ ଯୋଗାଯୋଗରେ ଅଛନ୍ତି।

Powered by Froala Editor