ବର୍ଷା ଅନୁଭବ ବିବାଦରେ ମୋଡ଼,  ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

ବର୍ଷା ଅନୁଭବ ବିବାଦରେ ମୋଡ଼, ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

ରାଜ୍ୟ ଖବର

କଟକ: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ   ପୁଣି ଏକ ମୋଡ଼ ଆସିଛି । ପରିବାର ଅଦାଲତରେ ଅନୁଭବଙ୍କୁ ପୁଣି ଥରେ ଜେରା କରାଯାଉ ବୋଲି ଆବେଦନ ପାଇଁ   ବର୍ଷା ହାଇକୋର୍ଟରେ ଯେଉଁ ମାମଲା ଦାୟର କରିଥିଲେ  ତାକୁ ନିଜ ଆଡୁ ପ୍ରତ୍ୟାହାର କରି ନେଇଛନ୍ତି । ଆବେଦନକାରୀ ବର୍ଷା ମାମଲା ପ୍ରତ୍ୟାହାର କରିନେଇଥିବା ହେତୁ ଏହା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ ।

କଟକ ଫାମିଲି କୋର୍ଟରେ ବର୍ଷା ଏବଂ ଅନୁଭବଙ୍କ ପାରିବାରିକ ବିବାଦର ଶୁଣାଣୀ ଜାରି ରହିଛି । ତେବେ ବର୍ଷାଙ୍କ ଓକିଲ ବାରମ୍ବାର  ଅନୁପସ୍ଥିତ ରହିବା ହେତୁ ଅନୁଭବଙ୍କ ଜେରାକୁ ପରିବାର ଅଦାଲତ ସମାପ୍ତ କରିଥିଲେ । କିନ୍ତୁ ଅନୁଭବଙ୍କୁ ପୁଣିଥରେ ଜେରା ପାଇଁ ଡକାଯାଉ ବୋଲି ଫାମିଲି କୋର୍ଟରେ ବର୍ଷା ପ୍ରଥମେ ଆବେଦନ କରିଥିଲେ।  ଉକ୍ତ ଆବେଦନ ଖାରଜ ହେବା ପରେ  ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ  ।



Powered by Froala Editor