ନୂଆଦିଲ୍ଲୀ: ବାର୍ ଭିତରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ଭିଏତନାମାର କରାଓକେ ବାର୍ରେ ଏହି ଅଗ୍ନିକାଣ୍ଡ ଘଟିଛି। ବିନ୍ ଡୁଙ୍ଗ୍ ପ୍ରଦେଶର ଥୁଆନ୍ ସହରର ଏକ ବହୁ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ଅନେକ କର୍ମଚାରୀ ଏବଂ ଗ୍ରାହକ ଫସି ରହିଥିବା ଏକ ସରକାରୀ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଭିଏତନାମ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ମୁତାବକ, ବୁଧବାର ବିଳମ୍ବିତ ରାତି ସୁଦ୍ଧା ଏହି ଅଗ୍ନିକାଣ୍ଡରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ନିଶ୍ୱାସ ପ୍ରଶ୍ୱାସ ନେଇ ନପାରିବା ଯୋଗୁଁ କିଛି ଲୋକ ଚେତାଶୂନ୍ୟ ହୋଇ ପଡ଼ିଥିଲେ। କିଛି ଲୋକ ନିଆଁରୁ ରକ୍ଷା ପାଇବା ପାଇଁ ଉପର ମହଲାରୁ ଡେଇଁ ପଡିଥିଲେ। ଏଥିରେ ଆହତ ହୋଇ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଅଗ୍ନିଶମ କର୍ମଚାରୀମାନେ ସିଡ଼ି ଲଗାଇ ଲୋକଙ୍କୁ ବିଲ୍ଡିଂର ଝରକା ପଟୁ ଉଦ୍ଧାର କରିଥିବା ଜଣାପଡିଛି।
ଏହି ଘଟଣାକୁ ନେଇ ଭିଏତନାମ ରାଷ୍ଟ୍ରପତି ଗୁୟେନ ଜୁଆନ ଫୁକ ପୀଡିତ ପରିବାରଙ୍କ ପ୍ରତି ସମବେଦନ ଜଣାଇଛନ୍ତି। ସରକାରୀ ଅଧିକାରୀମାନଙ୍କୁ ପୀଡିତ ପରିବାରଙ୍କୁ ସହାତ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଗ୍ନିକାଣ୍ଡର କାରଣ କ’ଣ ତା’ର ତଦନ୍ତ କରିବାକୁ କହିଛନ୍ତି। ପ୍ରାଥମିକ ତଦନ୍ତରୁ ଶର୍ଟ ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ନିଆଁ ପ୍ରଥମେ ତୃତୀୟ ମହଲାରେ ଲାଗିଥିବା ଜଣାପଡିଛି।
Powered by Froala Editor
