ନୂଆ ଲୁକରେ ନଜର ଆସିବେ ବଲିଉଡ ସୁପରଷ୍ଟାର ସଲମାନ ଖାନ

ନୂଆ ଲୁକରେ ନଜର ଆସିବେ ବଲିଉଡ ସୁପରଷ୍ଟାର ସଲମାନ ଖାନ

ମନୋରଂଜନ

ନୂଆ ଲୁକରେ ନଜର ଆସିବେ ବଲିଉଡ ସୁପରଷ୍ଟାର ଭାଇଜାନ ସଲମାନ ଖାନ । ବଲିଉଡ଼ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି । ଏଥି ମଧ୍ୟରେ ସଲମାନ ବଲିଉଡ଼ରେ ଚାଲିଥିବା ବଏକଟ ଟ୍ରେଣ୍ଡକୁ ଚ୍ୟାଲେଞ୍ଜ ଦେବାକୁ ବଦଳାଇଛନ୍ତି ନିଜର ଲୁକ । ଡିସେମ୍ବର ୩୦ରେ ‘କିସି କା ଭାଇ କିସ କା ଜାନ’ ଚଳଚ୍‌ଚିତ୍ର ମୁକ୍ତିଲାଭ କରିବ  । ଏହି ଚଳଚ୍‌ଚିତ୍ରଟି  ଗଲା କିଛି ମାସ ହେବା ଚର୍ଚ୍ଚା ପ୍ରସଙ୍ଗରେ ରହିଛି  ।

ମୁଖ୍ୟ ଆକର୍ଷଣ  ହେଲା ବଲିଉଡର  ସୁଲତାନ  ସଲମାନ ଖାନ ଏଥିରେ କାମ କରିଛନ୍ତି  । ତାଙ୍କ ସହ  ପୂଜା ହେଗଡେ, ଶେହନାଜ  ଗିଲ ମଧ୍ୟ ଦେଖାଦେବେ   । ଲଦାଖରେ ଏହାର  ଅର୍ଦ୍ଧାଧିକ  ଭାଗ  ସୁଟିଂ ହୋଇଛି  ।  ଶେଷ ପର୍ଯ୍ୟୟରେ ଆଉ କୋତୋଟି  କାମ ଚାଲିଛି  । ଚଳଚ୍‌ଚିତ୍ରର ପ୍ରଥମ ଦୃଶ୍ୟ ମୁକ୍ତଲାଭ ହୋଇଛି  । ସଲମାନ ନୂଆ ରୂପରେ ଦର୍ଶକଙ୍କ ସମ୍ମୁଖକୁ ଆସିଛନ୍ତି   । ବହୁ ବର୍ଷ ପରେ ସେ ଲମ୍ବା କେଶ  ରଖିଥିବାରୁ ପ୍ରଶଂସକଙ୍କ  ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି  । ଶେଷଥର ସଲମାନ ରାଧେ ଚଲଚ୍‌ଚତ୍ରରେ ଭିନ୍ନ କେଶସଜ୍ଜାରେ ଦେଖା ଦେଇଥିଲେ  ।

Powered by Froala Editor