ଭୁବନେଶ୍ୱର: ଜ୍ୟୋତିଷଶାସ୍ତ୍ରରେ ଶରୀରରେ ଥିବା କଳାଜାଇର ବିଶେଷ ମହତ୍ୱ ରହିଛି । ଏହାକୁ ଦେଖି କୌଣସି ମନୁଷ୍ୟର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନୁମାନ କରାଯାଇପାରେ । ଶରୀରରେ ଥିବା କଳାଜାଇ ଶୁଭ ଓ ଅଶୁଭ ପରିଣାମ ଦେଇଥାଏ । ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଇ ରହିବା ଶୁଭ ଆଉ କେଉଁଠି ରହିବା ଅଶୁଭ ।
- କାନରେ କଳାଜାଇ: ଯଦି କୌଣସି ବ୍ୟକ୍ତିର କାନରେ କଳାଜାଇ ଥାଏ ତେବେ ଏହା ଶୁଭ । ଏଭଳି ଲୋକ ଜୀବନରେ ଭୌତିକ ସୁଖ ଭୋଗ କରିଥାନ୍ତି । ତାଙ୍କୁ ଜୀବନରେ ପ୍ରତିଟି ବଡ଼ ଖୁସି ମିଳିଥାଏ ।
- କାନ୍ଧରେ କଳାଜାଇ: ଯେଉଁ ବ୍ୟକ୍ତିଙ୍କ କାନ୍ଧରେ କଳାଜାଇ ଥାଏ, ସେ ଦୃଢ଼ ସଙ୍କଳ୍ପ ନେଉଥିବା ଲୋକ ହୋଇଥାନ୍ତି । ଏହି ଲୋକ ଯେକୌଣସି କାମକୁ ପୂରଣ କରିବାର ଜିଦ୍ ଧରିନେଲେ ତାକୁ ପୂରଣ କରନ୍ତି । ଏମାନେ ଆଗକୁ ଯାଇ ବଡ଼ ସଫଳତା ହାସଲ କରନ୍ତି ।
- ଅଣ୍ଟାର ବାମପାର୍ଶ୍ୱରେ କଳାଜାଇ: ଯେଉଁ ଲୋକଙ୍କ ଅଣ୍ଟାର ବାମପାର୍ଶ୍ୱରେ କଳାଜାଇ ଥାଏ, ସେ ବହୁତ ଖର୍ଚ୍ଚି ହୋଇଥାନ୍ତି । ହେଲେ ସେମାନଙ୍କ ଜୀବନରେ କେବେହେଲେ ଟଙ୍କାପଇସାର ଅଭାବ ରହି ନ ଥାଏ । ତାଙ୍କ ପାଖରେ ଆୟର ପର୍ଯ୍ୟାପ୍ତ ଉସô ଥାଏ ।
- ଡାହାଣ ଗାଲରେ କଳାଜାଇ: ଯେଉଁ ଲୋକଙ୍କ ଡାହାଣ ଗାଲରେ କଳାଜାଇ ଥାଏ ତାଙ୍କର ଦାମ୍ପତ୍ୟ ଜୀବନ ସର୍ବଦା ସୁଖଦାୟକ ଥାଏ । ପାର୍ଟନରଙ୍କ ସହ ତାଙ୍କର ସମ୍ପର୍କ ଭଲ ଥାଏ । ଏପରିକି ଏହି ବ୍ୟକ୍ତିମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ।
- ଓଠରେ କଳାଜାଇ: ଯେଉଁ ଲୋକଙ୍କ ଓଠରେ କଳାଜାଇ ଥାଏ ସେ ସର୍ବଦା କିଛି ନା କିଛି ଚିନ୍ତାରେ ଫସି ରହିଥାନ୍ତି । ଏମାନେ କଥା କଥାରେ ଭାଗ୍ୟକୁ ନିନ୍ଦିଥାନ୍ତି । ଏମାନେ ଜୀବନରେ ବେଶ କମ୍ ଥର ନିଜର ଉପଲବ୍ଧିରେ ସନ୍ତୁଷ୍ଟ ଥାନ୍ତି ।
Powered by Froala Editor
