୧୬ଲକ୍ଷ ନକଲି ନୋଟ୍‌ ଜବତ

୧୬ଲକ୍ଷ ନକଲି ନୋଟ୍‌ ଜବତ

ରାଜ୍ୟ ଖବର

ଭୁବନେଶ୍ୱର : ବିପୁଳ ପରିମାଣର ନକଲି ନୋଟ ଜବତ । ରାଉରକେଲା ସେକ୍ଟର ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏହା ସହ ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଅପରାଧୀକୁ ଗିରଫ କରିଛି ଏସଟିଏଫ୍।

ଖବର ଅନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଦିଲ୍ଲୀ ବଦରପୁର ଥାନା ଅନ୍ତର୍ଗତ ମୋଲାରବନ୍ଦ ଅଞ୍ଚଳର ଏସକେ ଅହମ୍ମଦ। ସେ ଏବେ ରାଉରକେଲା ସେକ୍ଟର ୧୭ରେ ରହୁଥିଲା । ଏବେ ଏସ୍‌ଟିଏଫ୍‌ ଚଢାଉ କରି ଏତେ ପରିମାଣର ନକଲି ନୋଟ୍‌ ଜବତ କରିଛି । ଯାହାର ମୂଲ୍ୟ ୧୬ଲକ୍ଷରୁ ଅଧିକ ହେବ ।
 ଏହା ପୂର୍ବରୁ ଜୁଲାଇ ମାସରେ ୨୯ ଲକ୍ଷ ୪୧ ହଜାର ନକଲି ନୋଟ୍ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍।

Powered by Froala Editor