ଆପଣ  ପାନମଧୁରୀରେ ବ୍ୟବହାର କହଛନ୍ତିକି?

ଆପଣ ପାନମଧୁରୀରେ ବ୍ୟବହାର କହଛନ୍ତିକି?

ବିଶେଷ ଖବର

ଭୁବନେଶ୍ୱର: ସୁନ୍ଦର ଏବଂ ଉଜ୍ୱଳ ତ୍ୱଚା ସ୍କିନ ପାଇଁ ବହୁତ ଜରୁରୀ ହୋଇଥାଏ। ଆଉ ସୁନ୍ଦର ତ୍ୱଚା ପାଇଁ ଆଜିକାଲି ଯୁବତୀ ପାର୍ଲର କିମ୍ବା ବଜାରରେ ମିଳୁଥିବା ପ୍ରସାଧାନ ସାମଗ୍ରୀ ଉପରେ ନିର୍ଭର କରୁଛନ୍ତି। ହେଲେ ବଜାରରେ ମିଳୁଥିବା ପ୍ରସାଧାନ ସାମଗ୍ରୀ କେମିକାଲଯୁକ୍ତ ହୋଇଥିବା ବେଳେ ମହଙ୍ଗା ମଧ୍ୟ ହୋଇଥାଏ। ତେବେ ଉଜ୍ୱଳ ତ୍ୱଚା ପାଇବା ପାଇଁ କାହାର ବା ଇଚ୍ଛା ନଥାଏ।

ତେଣୁ ଆମେ ସବୁବେଳେ ସ୍କିନର ଯତ୍ନ ନେବା ପାଇଁ ସହଜ ଟିପ୍ସ ଏବଂ ଉପାୟ ଆପଣାଇଥାଉ। ଏମିତି କିଛି ଘରୋଇ ଉପାୟ ମଧ୍ୟ ଆପଣାଯାଏ। ବ୍ରଣ, କଳାଦାଗ ଏବଂ ପିଗମେଣ୍ଟେସନରୁ ମୁକ୍ତି ପାଇବା ପାଇଁ ଆପଣ ଘରେ ଥିବା ପାନମଧୁରୀର ବ୍ୟବହାର କରିପାରିବେ।

କେବଳ ତ୍ୱଚାର ସୁନ୍ଦରତା ବଢାଇବା ପାଇଁ ସୁସ୍ଥ ରହିବା ପାଇଁ ମଧ୍ୟ ପାନମଧୁରୀକୁ ବ୍ୟବହାର କରାଯାଏ।ଏହା ମୁହଁର ଦୁର୍ଗନ୍ଧ ଦୂର କରିଥାଏ। ପାନମଧୁରୀରେ କପର, ପୋଟାସିୟମ୍, କ୍ୟାଲସିୟମ୍, ଜିଙ୍କ, ମାଙ୍ଗାନିଜ୍, ଭିଟାମିନ୍ ସି, ଆଇରନ୍, ସେଲେନିୟମ ଓ ମ୍ୟାଗ୍ନେସିୟମ୍ ଭଳି ଖଣିଜ ତତ୍ତ୍ୱ ରହିଛି। ରାତିରେ ପୁରୁଷମାନେ ପାନମଧୁରୀ ସେବନ କରିବା ଉଚିତ।

ପାନମଧୁରୀରେ ପୋଷାକ ତତ୍ତ୍ୱ, ଆଣ୍ଟି ଆକ୍ସିଡେଣ୍ଟ ଭଳି ଗୁଣ ପ୍ରଚୁର ପରିମାଣରେ ରହିଛି । ପାନମଧୁରୀରେ କପର, ପୋଟାସିୟମ୍, କ୍ୟାଲସିୟମ୍, ଜିଙ୍କ, ମାଙ୍ଗାନିଜ୍, ଭିଟାମିନ୍ ସି, ଆଇରନ୍, ସେଲେନିୟମ ଓ ମ୍ୟାଗ୍ନେସିୟମ୍ ଭଳି ଖଣିଜ ତତ୍ତ୍ୱ ରହିଛି। ରାତିରେ ପୁରୁଷମାନେ ପାନମଧୁରୀ ସେବନ କରିବା ଉଚିତ। ପାନମଧୁରୀରେ ପଲିଫେନଲ, ଅଣ୍ଟିଆକ୍ସିଡେଣ୍ଟ ଭରପୁର ପରିମାଣରେ ଥାଏ । ଯାହାକି ଶରୀରର ବିକାଶରେ ସାହାଯ୍ୟ କରିଥାଏ । କ୍ୟାନସର ପରି ରୋଗ ଦାଉରୁ ବି ରକ୍ଷା କରିଥାଏ ।

ତ୍ୱଚା ପାଇଁ :

ତ୍ୱଚାକୁ ସଫା କରିବା ପାଇଁ ଏହାର ବ୍ୟବହାର କରାଯାଏ। ତେବେ ଏଥିରେ କିଛି ଜିନିଷ ମିଶାଇ ଆପଣ ଏହାକୁ ସ୍କିନରେ ବ୍ୟବହାର କରିପାରିବେ। ଏହାଦ୍ୱାରା ତ୍ୱଚାରେ ଜମା ହୋଇଥିବା ମଇଳା ବାହାରିଯାଏ। ଏହାର ବ୍ୟବହାର କରିବା ଆପଣ ଅଳ୍ପ ପାନମଧୁରୀ ଏବଂ ଦହିର ବ୍ୟବହାର କରିପାରିବେ। ଏଥିପାଇଁ ୧ ବଡ ଚାମଚ ପାନମଧୁରୀରେ ଗୋଟିଏ ବଡ ଚାମଚ ଦହି ମିଶାନ୍ତୁ। ତା’ ପରେ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ। ଏହାକୁ ଲଗାଇବା ପରେ ତ୍ୱଚାକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ମସାଜ କରନ୍ତୁ। ଏହାକୁ ହାଲୁକା ହାତରେ ମସାଜ କରିବା ଜରୁରୀ। ମସାଜ କରିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ।

ତ୍ୱଚାକୁ କ୍ଲିନିଂଜି କରିବା ପରେ ସ୍କ୍ରବିଂ କରିବା ଜରୁରୀ। ଏମିତିରେ ଆପଣ ପାନମଧୁରୀକୁ ସ୍କ୍ରବ ଭାବେ ବ୍ୟବହାର କରିପାରିବେ। ୧ ଚାମଚ ଓଟମିଲ୍‌ ସହିତ ୧ ଚାମଚ ପାନମଧୁରୀ ପକାଇ ସିଝାଇ ଦିଅନ୍ତୁ। ଏହାକୁ ଥଣ୍ଡା ହେବା ପରେ ଚେହେରାରେ ନେଇ ସ୍କ୍ରବ କରନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏହା ସ୍କିନରୁ ମ୍ୟତ କୋଷିକା ହଟାଇଥାଏ।

ସ୍କ୍ରବ ପରେ ସ୍କିନରେ ହାଲୁକା ସେନସେସନ ହୋଇଥାଏ। ଏହାକୁ ଶାନ୍ତ କରିବା ପାଇଁ ଆପଣ ଟୋନର ବ୍ୟବହାର କରିପାରିବେ। ତ୍ୱଚାକୁ ଫ୍ରେଶ ଫିଲ୍‌ କରାଇବା ପାଇଁ ପ୍ରତିଦିନ ଏହାର ବ୍ୟବହାର କରିପାରିବେ। ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ କପ୍‌ ପାନମଧୁରୀକୁ ପାଣିରେ ପାଖାପାଖି ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ। ଏଥିରେ ଏସେନ୍ସିଆଲ ତେଲ ୨-୪ ବୁନ୍ଦା ପକାଇ ଦିଅନ୍ତୁ। ଏହାକୁ ଛାଣି ଦିଅନ୍ତି। ତା’ ପରେ ଏକ ବୋତଲରେ ଭର୍ତ୍ତି କରି ଟୋନର ଭଳି ସ୍ପ୍ରେ କରନ୍ତୁ।

Powered by Froala Editor