ଇନ୍ଦ୍ରାବତୀ କେନାଲରେ ଘାଇ,ଚାଷ ଜମି ଜଳମଗ୍ନ

ଇନ୍ଦ୍ରାବତୀ କେନାଲରେ ଘାଇ,ଚାଷ ଜମି ଜଳମଗ୍ନ

ରାଜ୍ୟ ଖବର

ଧର୍ମଗଡ଼: ଲଗାଣ ବର୍ଷା ଯୋଗୁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ପ୍ରାୟ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି। ଜୟପାଟଣା ବ୍ଲକ ଡଙ୍ଗରିପଡ଼ା ଠାରେ କେନାଲର ବାମ ପଟ ହୁଡାରେ ଘାଇ ହେବା ଯୋଗୁ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି। ଚାଷଜମିରେ ବାଲି ମଧ୍ୟ ମାଡ଼ି ଯାଇଛି। ଏହାସହ କିଛି ଲୋକଙ୍କ ଘରେ ପାଣି ପଶିଯାଇଛି।

ଗତକାଲି ରାତିରେ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଘାଇ ସୃଷ୍ଟି  ହେବା ପରେ କର୍ତ୍ତୃପକ୍ଷ ମଙ୍ଗଳପୁର ଗେଟ୍ ବନ୍ଦ କରି ଦେଇଛନ୍ତି। ଏହାସହ ସହ କ୍ଷୟକ୍ଷତି ଆକଳନ କରିଛନ୍ତି।

ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।  କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି।

Powered by Froala Editor