ଦୁବାଇ: ଦୁବାଇରେ ଚାଲିଥିବା ଏସିଆ କପ୍ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜି ମାରିନେଲା ଶ୍ରୀଲଙ୍କା । ଫାଇନାଲରେ ଦଳ ପାକିସ୍ତାନକୁ ୨୩ ରନ୍ରେ ମାତ ଦେଇଛି। ଏଥିସହ ଷଷ୍ଠ ଥର ପାଇଁ ଶ୍ରୀଲଙ୍କା ଏସିଆ କପ୍ ଚାମ୍ପିଅନ ହୋଇଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୮ ରନ୍ରେ ୫ ୱିକେଟ ହରାଇଥିଲା। ପରେ ରାଜପକ୍ଷଙ୍କ ଅପରାଜିତ ୭୧ ରନ୍, ହାସରଙ୍ଗା ୩୬ଓ ଧନଞ୍ଜୟ ୨୮ ରନ୍ କରିବା ଯୋଗୁ ଦଳ ୬ ୱିକେଟରେ ୧୭୦ ରନ୍ କରିପାରିଥିଲା। ରାଜପାକ୍ସେ ୪୫ ବଲ ଖେଳି ୬ ଚୌକା ଓ ୩ ଛକା ମାରିଥିଲେ।
ସେପଟେ ପାକିସ୍ତାନ ପକ୍ଷରୁ ରିଜୱାନ ୫୫ ଓ ଅହମ୍ମଦ ୩୨ ରନ୍ କରିଥିଲେ। ପରେ ପୂରା ଟିମ୍ ୧୪୭ ରନ୍ରେ ଆଉଟତତ ହୋଇ ଯାଇଥିଲେ। ପାକିସ୍ତାନ ପକ୍ଷରୁ ମମହମ୍ମଦ ରିଜୱାନ ୫ସ୫ ରନ୍ କରିଥିଲେ। ତେବେ ମଧ୍ୟକ୍ରମ ବ୍ୟାଟିଂ ବିପର୍ୟ୍ୟୟ ହେତୁ ଦଳ ପରାଜିତ ହୋଇଥିଲା।
ଶ୍ରୀଲଙ୍କା ବୋଲର ପ୍ରମୋଦ ମଦୁଶାନ ୪ ଉଇକେଟ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହସରଙ୍ଗା ୩ ଓ କରୁଣାରତ୍ନେ ୨ ଉଇକେଟ ନେଇଥିଲେ। ରାଜପାକ୍ସେଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ ଓ ହସରଙ୍ଗାଙ୍କୁ ପ୍ଲେୟର ଅଫ ଦି ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା। ମହମ୍ମଦ ରିଜୱାନ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ଭାବେ ୨୮୧ ରନ୍ କରିଥିବା ବେଳେ ଭାରତର ଭୁବନେଶ୍ୱର କୁମାର ୧୧ ଉଇକେଟ ସହ ଅଗ୍ରଣୀ ବୋଲର ବିବେଚିତ ହୋଇଛନ୍ତି।
Powered by Froala Editor
