ସିଲ୍‌ ହେଲା ବେଆଇନ କ୍ଲିନିକ

ସିଲ୍‌ ହେଲା ବେଆଇନ କ୍ଲିନିକ

ରାଜ୍ୟ ଖବର

ରାୟଗଡ଼ା: କାଶୀପୁର ପରେ ମୁନିଗୁଡ଼ାରେ ବେଆଇନ କ୍ଲିନିକ ସିଲ୍‌ କରିଛି ପ୍ରଶାସନ। ରାୟଗଡା ଜିଲ୍ଲା ମୁନିଗୁଡା ପୁରୁଣା ବସଷ୍ଟାଣ୍ଡ ନିକଟରେ ବେଆଇନ ଭାବେ ଚାଲିଥିବା ଏକ ଘରୋଇ କ୍ଲିନିକକୁ ସିଲ କରିଛି ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୁନିଗୁଡା ତହସିଲଦାର, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଥାନା ଅଧିକାରୀ ମିଳିତ ଭାବେ କ୍ଲିନିକ ଉପରେ ଚଢ଼ାଉ କରିଥିଲେ।

 ଚଢ଼ାଉ ବେଳେ ଡିଗ୍ରୀ ନଥାଇ ବେଆଇନ ଭାବେ କ୍ଲିନିକରେ ଡାକ୍ତର ଏସ. ବିଶ୍ୱାସ ଚିକିତ୍ସା କରୁଥିବା ଜଣାପଡ଼ିଥିଲା । କ୍ଲିନିକକୁ ସିଲ କରିବା ସହ ନକଲି ଡାକ୍ତର ସୁବ୍ରତ ବିଶ୍ୱାସକୁ ଥାନାରେ ଅଟକ ରଖାଯାଇଛି।

Powered by Froala Editor