ତେଜିଲା ଆନ୍ଦୋଳନ, ଆଦିବାସୀ ମାନ୍ୟତା ଦାବିରେ ରେଳରୋକ

ତେଜିଲା ଆନ୍ଦୋଳନ, ଆଦିବାସୀ ମାନ୍ୟତା ଦାବିରେ ରେଳରୋକ

ରାଜ୍ୟ ଖବର

କରଞ୍ଜିଆ : ଆଦିବାସୀ ମାନ୍ୟତା ଦାବିନେଇ ତେଜିଲା ଆନ୍ଦୋଳନ। କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବି କରି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଁଳାଯୋଡି ରେଳ ଷ୍ଟେସନ ଠାରେ ଆନ୍ଦୋଳନକାରୀମାନେ  କରିଛନ୍ତି। ଓଡ଼ିଶା କୁଡୁମୀ ସେନା ନେତୃତ୍ୱରେ କୁଡୁମୀ ଜାତିର ବିଭିନ୍ନ ସଙ୍ଗଠନ ଦ୍ୱାରା ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ରେଳରୋକ କରାଯାଇଛି। ଏହା ସହ ଆନ୍ଦୋଳନକାରୀମାନେ କୁଡୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଓ ସାରନା ଧର୍ମର କୋଡ ଲାଗୁ କରିବା ଆଦି ତିନି ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।


ପଦାଠାରେ ବାଙ୍ଗିରିପୋଷି -ଭୁବନେଶ୍ୱର ସୁପର୍ ଫାଷ୍ଟ  ଏବଂ ବାରିପଦା -ସାଲିମାର କଲିକତା ଟ୍ରେନ୍  ଅଟକି ରହିଛି। କୁଡୁମୀ ସେନା , ଆଦିବାସୀ କୁଡୁମୀ ସମାଜ ଏବଂ ମିଳିତ କୁଡୁମୀ ସମାଜ ପରି ସଂଗଠନମାନେ ଭିନ୍ନ ଭିନ୍ନ ସ୍ଥାନରେ ଏହି ରେଳ ରୋକ କରିଛନ୍ତି।  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ଅଁଳା ଯୋଡ଼ିଠାରେ ମଧ୍ୟ ରେଳରୋକ କରାଯାଇଛି । ଫଳରେ ଶହ ଶହ ଯାତ୍ରୀ ହଇରାଣ ହେଉଛନ୍ତି।  ଏହି ଦାବି ପରିପ୍ରେକ୍ଷୀରେ ଆଜି ଓଡ଼ିଆ,ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ରାଜ୍ୟର କୁଡୁମୀ ସମ୍ପ୍ରଦାୟର ଲୋକମାନେ  ଭିନ୍ନ ଭିନ୍ନ ସ୍ଥାନରେ ରେଳରୋକ କରୁଛନ୍ତି।

ସୂଚନା ଅନୁଯାୟୀ, କୁଡୁମୀ ସମ୍ପ୍ରଦାୟର ଲୋକମାନେ ପୂର୍ବରୁ ଆଦିବାସୀ ତାଲିକା ଭୁକ୍ତ ଥିଲେ । ହେଲେ ଏହି ତାଲିକାରୁ ବାଦ ଦେବା ପରେ ସେମାନେ ବିଭିନ୍ନ ସଂରକ୍ଷଣ ବ୍ୟବସ୍ଥାରୁ ବାଦ ପଡୁଛନ୍ତି । ଏ ନେଇ ଦୀର୍ଘ ଦିନରୁ ପୁନଃ ଆଦିବାସୀ ତାଲିକା ଭୁକ୍ତ କରିବା ପାଇଁ କୁଡୁମୀ ସମ୍ପ୍ରଦାୟ ପକ୍ଷରୁ ଦାବି ହୋଇ ଆସୁଛି। ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ କର୍ଣ୍ଣପାତ କରୁ ନାହାନ୍ତି।

Powered by Froala Editor