ଉଡନ୍ତା କାର

ଉଡନ୍ତା କାର

ବିଶେଷ ଖବର

ବଜାରକୁ କେତେ ଶୀଘ୍ର ଉଡନ୍ତା କାର ଆସିବ ଏହି ତଥ୍ୟ ଜାଣିବା ପାଇଁ ଲୋକମାନେ ଚାତକ ପରି ଅନାଇ ରହିଛନ୍ତି । ଖବର ଶୁଣିବା ମାତ୍ରେ ସମସ୍ତେ ବୁକିଂ କରିବା ପାଇଁ ଅନାଇ ବସିଛନ୍ତି ।  ସମସ୍ତ କଳ୍ପନାର ଅନ୍ତ ଘଟାଇ ଉଡନ୍ତା କାର ବିଷୟରେ ଚୀନର ଏକ କମ୍ପାନୀ ଘୋଷଣା କରିଛି । କମ୍ପାନୀ ମୁଖ୍ୟ କାର୍ଯ୍ୟଅଧିକାରୀ କୁଇନଡିଓକୁ ଉଡନ୍ତା କାର ବିଷୟରେ ସବିଶେଷ ବିବରଣୀ ଦେଇଛନ୍ତି ।

ଏହି କାର ନାମ ମାଗଲେଭ ୨.୮ଟନ ଓଜନର କାରଟି ଚୁମ୍ବକୀୟ ପଦ୍ଧତିରେ ଉଡୁଛି । ଉଡନ୍ତା କାର ପାଇଁ ପୂର୍ବ ଚୀନସ୍ଥିତ  ଜିଆଙ୍ଗସୁ ପ୍ରାନ୍ତରେ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କର।।ଇଛି । ଚିମ୍ବକୀୟ ରାସ୍ତାରେ ଭୂମି ଠାରୁ ୩୫ ମିଲିମିଟର ଉଚ୍ଚତାରେ ଉଡନ୍ତା କାରର ସଫଳ ପରୀକ୍ଷଣ ହୋଇଛି । ଆଗକୁ ଏହି କାର ଉରେ ମିୟମିତ  ଭାବେ ପରୀକ୍ଷା ଜାରି ରହିବ । ସପ୍ତାହିକ ଭାବେ କାରର ଅନୁଧ୍ୟାନ କରାିବ ବୋଲି ବିଶେଷଜ୍ଞ ଦଳ କହିଛନ୍ତି । ଆସନ୍ତା ବର୍ଷ ଜାନୁଆରୀ ସୁନ୍ଧା ଉଡନ୍ତା କାର ବିକ୍ରି ଚୀନରେ ଆରମ୍ଭ ହେବ ଯୋଜନା ରହିଛି ।

Powered by Froala Editor