ସମସ୍ତଙ୍କୁ ପେନସନ ଦେବ ଆପ

ସମସ୍ତଙ୍କୁ ପେନସନ ଦେବ ଆପ

ଜାତୀୟ ଖବର

ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଏବେ ଆମ ଆଦମୀ ପାର୍ଟି ଫୁଲ ଦମରେ ଲାଗିପଡ଼ିଛି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ଯୋଜନା ସହ ଲୋଭନୀୟ ଅଫର ଦେଉଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ  । ଯାହା ଏବେ ବିଜେପିର ଚିନ୍ତା ବଢ଼ାଇ ଦେଇଛି । ସାଧାରଣ ଭୋଟରଙ୍କ ପାଇଁ ଆପ ଅନେକ ଘୋଷଣା କରିଛି । ସେଗୁଡ଼ିକ ହେଉଛି;

୧୮ ବର୍ଷରୁ ଉଦ୍ଧ୍ୱର୍ ସବୁ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ପେନସନ

ପ୍ରତିମାସରେ ମାଗଣା ୩୦୦ ୟୁନିଟ ବିଜୁଳି

ବକେୟା ଥିବା ବିଜୁଳି ବିଲ ଛାଡ଼

ବେକାରୀଙ୍କୁ ମାସିକ ୩ ହଜାର ଟଙ୍କା ଭତା

ଏହି ଯୋଜନା ଲୋକଙ୍କୁ ଆକର୍ଷିତ କରୁଥିବା ବେଳେ ନିକଟରେ ଆଉ ଏକ ବଡ଼ ଘୋଷଣା କରିଛନ୍ତି କେଜ୍ରିୱାଲ  । ଗୁଜୁରାଟରେ ଆପ୍‌ ସରକାର ଗଢ଼ିଲେ, ସରକାରୀ କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନସନ ଯୋଜନା ଲାଗୁ ହେବ ବୋଲି କେଜ୍ରିୱାଲ କହିଛନ୍ତି  । ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ଏହି ଘୋଷଣା କରିଥିଲେ । ଉଭୟ ରାହୁଲ ଓ କେଜ୍ରିୱାଲଙ୍କ ଏଭଳି ଘୋଷଣା ବିଜେପିକୁ ଚିନ୍ତାରେ ପକାଇ ଦେଇଛି  । 


ଗତ ତିନି ଦଶନ୍ଧି ଧରି ଗୁଜୁରାଟରେ କ୍ଷମତାରେ ରହିଛି ଭାରତୀୟ ଜନତା ପାର୍ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ହୋମଗ୍ରାଉଣ୍ଡରେ ଏବେ ଆପ ବି କମାଲ କରୁଛି  । ପୌର ନିର୍ବାଚନରେ ଆପ ସୁରଟ, ଗାନ୍ଧୀନଗର ଓ ରାଜକୋଟରେ ଭଲ ପ୍ରଦର୍ଶନ କରିଛି  । କଂଗ୍ରେସ ଭୋଟ ବ୍ୟାଙ୍କ ଆମ ଆଦମୀ ପାର୍ଟିକୁ ଯାଉଥିବାବେଳେ ଏହା ବିକଳ୍ପ ଭାବେ ଉଭା ହୋଇପାରୁଛି  । 

Powered by Froala Editor