ସୁବର୍ଣ୍ଣପୁର: ବାଘ ଶିକାର ଘଟଣାରେ ବନରକ୍ଷୀ ନିଲମ୍ବିତ। ଉଲୁଣ୍ଡା ବନାଞ୍ଚଳରେ କଲରାପତରିଆ ବାଘ ଶିକାର ଘଟଣାରେ କାର୍ୟ୍ୟରେ ଅବହେଳା ଯୋଗୁଁ ପିପଲକଟା ଫରେଷ୍ଟ ବିଟ ବନରକ୍ଷୀ ବଳରାମ ନାଏକଙ୍କୁ ନିଲମ୍ବିତ କରାଯାଇଛି। ଗତ ମଙ୍ଗଳବାର ଉଲୁଣ୍ଡା ବନାଞ୍ଚଳ ଚାନ୍ଦିଲି ଜଙ୍ଗଲରୁ ଏକ କଲରାପତରିଆ ବାଘର ଗଳିତ ଶବ ମିଳିଥିଲା। ବାଘଟିକୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ଶିକାର କରାଯାଇଥିଲା।
ଘଟଣା ସ୍ଥଳରୁ ନଖ , ଦାନ୍ତ ଏବଂ ପଞ୍ଜା ନେଇ ଅପରାଧୀମାନେ ଫେରାର ହୋଇଯାଇଥିଲେ। ବନ ବିଭାଗ କର୍ମଚାରୀଙ୍କ ଅବହେଳାରୁ ବାଘ ମୃତ୍ୟୁ ହୋଇଥିବା ଅଭିଯୋଗ ହେବା ପରେ ଫରେଷ୍ଟଗାଡଙ୍କ ଉପରେ କାର୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏବେ ବି ଅନେକ ଅଭିଯୁକ୍ତ ଫେରାର ଅଛନ୍ତି। ତେବେ ବର୍ତ୍ତମାନ ଯାଏ ବାକି ୧୦ ଟି ନଖ ବନବିଭାଗ ଉଦ୍ଧାର କରିବାରେ ବିଫଳ ରହିଛି ।
Powered by Froala Editor
