ଭୁବନେଶ୍ୱର: ଓଡିଶା ସିଭିଲ ସର୍ଭିସ-୨୦୨୧ର ପ୍ରିଲିମ ପରୀକ୍ଷାର ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୧୬ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏହି ଦିନ ୨ଟି ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ ।
ସକାଳ ୧୦ଟାରୁ ଦିନ ୧୨ଟା ଯାଏ ଜେନେରାଲ ଷ୍ଟଡିଜ ପେପର-୧ ଏବଂ ଦିନ ୧ଟା ୩୦ରୁ ୩ଟା ୩୦ ପର୍ୟ୍ୟନ୍ତ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ । ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ଅତିରିକ୍ତ ୪୦ ମିନିଟ ସମୟ ମିଳିବ ।
ରାଜ୍ୟର ୫ଟି ଜୋନରେ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଲୋକସେବା ଆୟୋଗ ।
Powered by Froala Editor
