ସଫଳ ପ୍ରେମର ସୂତ୍ର

ସଫଳ ପ୍ରେମର ସୂତ୍ର

ରାଜ୍ୟ ଖବର

ଭୁବନେଶ୍ୱର: କୁହାଯାଏ ପ୍ରେମ ହେଉଛି ଅମର ଓ ଚିରନ୍ତନ । ସବୁଠୁ ମଧୁର ସମ୍ପର୍କ ହେଉଛି ପ୍ରେମ । ପ୍ରେମ କାହା ସହ କେଉଁ ମୂହୁର୍ତ୍ତରେ ହୋଇଯାଏ ଜଣାପଡେନା । ହେଲେ ସମ୍ପର୍କରେ ବାନ୍ଧିହେବା ଯେତିକି ସହଜ ସମ୍ପର୍କକୁ ଅତୁଟ ରଖିବା ସେତିକି କଷ୍ଟକର ହୋଇଥାଏ । ଏଣୁ ଯଦି ଆପଣ ପ୍ରେମରେ ପଡ଼ିଛନ୍ତି ତେବେ ଏହି ୩ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଫଳରେ ଆପଣ ଖୁସିରେ ରହିବା ସହ ଆପଣଙ୍କ ସମ୍ପର୍କ ସୁଦୃଢ଼ ହୋଇପାରିବ । ଯେପରିକି:

- ପାର୍ଟନରଙ୍କ ପସନ୍ଦ ନାପସନ୍ଦକୁ ସର୍ବଦା ଧ୍ୟାନ ଦିଅନ୍ତୁ । ଯଦି କୌଣସି ସମୟରେ ପାର୍ଟନରଙ୍କ ସଙ୍ଗେ କିଛି ମନାନ୍ତର କିମ୍ବା ମତାନ୍ତର ହୁଏ ତେବେ ଦୁହିଁଙ୍କ ଭିତରୁ କିଏ ପ୍ରଥମ କଥା ହେବ ସେ ନେଇ ଅନେକ ସମୟରେ ଦ୍ୱନ୍ଦ ଚାଲିଥାଏ । ମାତ୍ର ଏପରି କିଛି ନ ଭାବି କଥାହୋଇ ନିଜର ଚିନ୍ତାଧାରା ପରିବର୍ତ୍ତନ କରନ୍ତୁ । କାରଣ ଏପରି କରିବା ଦ୍ୱାରା ଜଣଙ୍କର ଅନ୍ୟଜଣଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ, ଭଲପାଇବା ବଢ଼ିଥାଏ ।

- କୁହାଯାଏ ପ୍ରେମରେ ଜଣଙ୍କ କଥା ଅନ୍ୟଜଣେ ଜାଣିପାରନ୍ତି । ମାତ୍ର ଏହା ସବୁବେଳେ ସମ୍ଭବ ନୁହେଁ । ଅନେକ ସମୟରେ ନିଜେ ମୁହଁ ଖୋଲି ପାର୍ଟନରଙ୍କୁ ଜଣାଇବା ଜରୁରୀ ହୋଇଥାଏ । ଆପଣ ଜଣାଇବା ପରେ ସେ ଆପଣଙ୍କ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିବେ । ଏଣୁ ଆପଣ କହିବା ପରେ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

- ଅନେକ ସମୟରେ ପାର୍ଟନରଙ୍କ କୌଣସି ଭୁଲକୁ ନେଇ ମନମାଳିନ୍ୟ ସୃଷ୍ଟିହୋଇଥାଏ । ଏ ନେଇ ଆପଣଙ୍କୁ ପାର୍ଟନରଙ୍କ ଭୁଲ୍ ଜଣାଇ ତାଙ୍କୁ ସୁଧାରି ସମ୍ପର୍କରେ ଆଗକୁ ବଢ଼ିବାକୁ ହୋଇଥାଏ । ଏଥିରେ ପାର୍ଟନରଙ୍କୁ ନିଚ୍ଚା ନ ଦେଖାଇ ନିଜେ ତାଙ୍କୁ ଭୁଲ୍ ଦେଖାଇବାକୁ ଚେଷ୍ଟା କରନ୍ତୁ ।



Powered by Froala Editor