ଆଜି ଦେଶରେ  ୫,୪୪୩ ନୂଆ ସଂକ୍ରମିତ

ଆଜି ଦେଶରେ ୫,୪୪୩ ନୂଆ ସଂକ୍ରମିତ

ଜାତୀୟ ଖବର

ନୂଆଦିଲ୍ଲୀ: ଦେଶରେ ମହାମାରୀ ସ୍ଥିତିରେ ସୁଧାର ଆସିଛି । ବିଗତ କିଛି ଦିନ ହେଲାଣି ଦୈନିକ ସଂକ୍ରମଣ ମାମଲା ୧୦ ହଜାର ତଳେ ରହିଛି  । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୫,୪୪୩ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  । ଗତକାଲି ଏହି ସଂଖ୍ୟା ୪,୫୧୦ ଥିଲା । ଦେଶରେ ସଂକ୍ରମଣ କମୁଥିବା ବେଳେ ସେହି ଅନୁପାତରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ୫,୨୯୧ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪,୩୯,୭୮,୨୭୧ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ  ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅଧିକାଂଶ ସମୟରେ ଦେଶରେ ସଂକ୍ରମଣ ଅପେକ୍ଷା ସୁସ୍ଥସଂଖ୍ୟା ଅଧିକ ରହୁଥିବା ଦେଖାଯାଉଛି । ସୁସ୍ଥ ସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଇ ୪୬,୩୪୨ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୧.୬୧%କୁ ବୃଦ୍ଧି ପାଇଛି । ଆଜି ପର୍ୟ୍ୟନ୍ତ ୫,୨୮,୪୨୯ ହଜାର କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଦେଶରେ ୮୯.୦୯ କୋଟିରୁ ଅଧିକ କୋରୋନା ଟେଷ୍ଟିଂ କରାଯାଇଛି । ଦେଶବ୍ୟାପୀ କୋରୋନା ଟୀକାକରଣ ଅଭିଯାନରେ ଭାରତ ମାଇଲଖୁଣ୍ଟ ଅତିକ୍ରମ କରିଛି ।

Powered by Froala Editor