କଟକ : ଗଞ୍ଜେଇ ରେଡ୍ ବେଳେ ଜବତ ହେଲା ବିପୁଳ ପରିମାଣର ରୁପା ଇଟା । ଗାଡିର ସିକ୍ରେଟ ଚାମ୍ବରରେ ରୁପା ଇଟାକୁ ସୀମା ପାର୍ କରାଯାଉଥିବାବେଳେ ଗେଟ୍ରେ ଧରା ପଡିଯାଇଛି । ପୂଜା ପୂର୍ବରୁ କଟକ ଜିଲ୍ଲା ଟାଙ୍ଗି ଟୋଲଗେଟରେ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢାଉ କରାଯାଉଥିବା ବେଳେ ଏପରି ଚକିତ କଲା ଭଳି ଘଟଣା ସାମନାକୁ ଆସିଛି ।
କାର୍ରୁ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ରୁପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ମଧ୍ୟ ଜବତ ହୋଇଥିବା ଜଣାଯାଇଛି । ଏଥିସହ ଗାଡିରୁ ୧୪ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଏକ କାର୍ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଟାଙ୍ଗୀ ଟୋଲଗେଟ ପାଖରେ ଅବକାରୀ କର୍ମଚାରୀ ଛପି ରହିଥିଲେ । କଟକ ପଟୁ ଆସୁଥିବା ଏକ କାର୍କୁ ଅଟକାଇ ଖୋଳତାଡ ଆରମ୍ଭ କରିଥିଲେ । କନ୍ତୁ ଗାଡିରେ ଗଞ୍ଜେଇ ନ ଥିଲା, ତାହା ବଦଳରେ ଗାଡିର ସିକ୍ରେଟ ଚାମ୍ବରରୁ ବାହାରିଲା ପୁଳା ପୁଳା ରୁପା ଇଟା ଓ ନଗଦ ଟଙ୍କା । ଯାଂଚ ବେଳେ କାର୍ରୁ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ରୁପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ଓ ୧୪ ଲକ୍ଷରୁ ଅଧିକ କ୍ୟାସ୍ ଜବତ ହୋଇଥିବା ସୂଚନା ମିଳିଛି । ଗାଡିରେ କେବଳ ଡ୍ରାଇଭର ଓ ହେଲପର ଥିବାରୁ ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି । ଜବତ ରୁପା ଇଟାର ଆକଳନ କରିବାକୁ ଜିଏସଟି ବିଭାଗକୁ ଡକାଯାଇଥିବା ଜଣାଯାଇଛି । ଗାଡିରେ ପଶ୍ଚିମବଙ୍ଗର ନମ୍ବରପ୍ଲେଟ ଥିବା ଜଣାପଡିଛି ।
Powered by Froala Editor
