ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ଧନୀ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ୬୪. ୮୭ କୋଟି ଟଙ୍କା ରହିଛି। ମୁଖ୍ୟମନ୍ତ୍ରୀ ଫରିଦାବାଦରେ ଥିବା ତାଙ୍କ ଫାର୍ମ ହାଉସକୁ ବିକ୍ରି କରିଦେଇଥିବା ନିଜେ ଦେଇଥିବା ସମ୍ପତ୍ତି ତାଲିକାରେ ଜଣାପଡ଼ିଛି। ଏହି ଫାର୍ମ ହାଉସ ବିକିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାୟ ୯ କୋଟିର ଆରବିଆଇ ବଣ୍ଡ, କୋଟିଏ ଟଙ୍କାର ପୋଷ୍ଟାଲ ସେଭିଙ୍ଗ ଓ ପ୍ରାୟ ୧ କୋଟି ୧୧ ଲକ୍ଷ ଟଙ୍କାର ଟର୍ମ ଡିପୋଜିଟ ରଖିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ସୁନାର ପରିମାଣ ୩.୪୫ ଲକ୍ଷ ଟଙ୍କା ବୋଲି ତାଙ୍କ ସମ୍ପତ୍ତି ତାଲିକାରେ ଉଲ୍ଲେଖ ଅଛି । ସେହିପରି ତାଙ୍କର ପୁରୁଣା ଆମ୍ବାସଡରର ଦାମ୍ ୬, ୪୩୪ ଟଙ୍କା ଦର୍ଶାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଜନପଥରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟରେ ୭୨ ଲକ୍ଷ ଟଙ୍କାର ଜମା ପୁଞ୍ଜି ରହିଥିବା ବେଳେ ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କରେ ୨୧.୭୧ ଲକ୍ଷ ଟଙ୍କା ଅଛି। ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ୨୦୧୫ ମସିହାରେ ମୋଟ ୪୮ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୬୩ କୋଟି ୮୭ ଲକ୍ଷ ରହିଥିଲା ।
ସେହିପରି ଦୀର୍ଘ ୨ ବର୍ଷ ପରେ ଜାରି ହୋଇଥିବା ତାଲିକାରେ ଅନ୍ୟ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ମଧ୍ୟ ସାର୍ବଜନୀନ ହୋଇଛି।
Powered by Froala Editor
