ଏହି ଅଭ୍ୟାସ ଆଣେ ହାର୍ଟଆଟାକ

ଏହି ଅଭ୍ୟାସ ଆଣେ ହାର୍ଟଆଟାକ

ବିଶେଷ ଖବର


ଭୁବନେଶ୍ୱର: ବର୍ତ୍ତମାନ ସମୟରେ ହୃଦଘାତରେ ଆକ୍ରାନ୍ତ ହେବା ସ୍ବାଭାବିକ ହୋଇଗଲାଣି। ଯାହା ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତରେ ହୃଦରୋଗ ଦୁଇ-ତିନି ଗୁଣ ଅଧିକ ରହିଛି। ଦେଶରେ ଅଧିକରୁ ଅଧିକ ଲୋକ ଏହି ହୃଦଘାତରେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳୁଛି। ଅନେକ କାରଣ ଅଛି ଯାହା ହୃଦଘାତର କାରଣ ହୋଇଥାଏ। କ୍ଲିନିକାଲ ରିସର୍ଚ୍ଚର ମୁଖ୍ୟ ତଥା କାର୍ଡିଓଲୋଜିର ମୁଖ୍ୟ ଡ.ତପନ ଘୋଷଙ୍କ କହିବା ଅନୁଯାୟୀ, ଦେଶରେ ହୃଦ ରୋଗର ସଂଖ୍ୟା ବୃଦ୍ଧି ପାଇଛି।

ପାଶ୍ଚାତ୍ୟ ଦେଶରେ ଲୋକମାନେ ପ୍ରାୟତଃ ୬୦ ବର୍ଷ ବୟସରେ ହୃଦଘାତର ଶିକାର ହେଉଛନ୍ତି। ହେଲେ ଭାରତରେ ୫୦ ଏବଂ ୪୦ ବର୍ଷ ବୟସରେ ହୃଦଘାତର ଶିକାର ହେଉଛନ୍ତି। ଯାହା ଦେଶରେ ଚିନ୍ତାଜନକ। ଜୀବନଶୈଳୀର ଖରାପ ଅଭ୍ୟାସ ଯଥା- ଅତ୍ୟଧିକ ଧୂମପାନ, ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ସାଇକୋସିଆଲ ଫ୍ୟାକ୍ଟର୍‌, ମୋଟାପଣ, ଶାରୀରିକ ବ୍ୟାୟାମର ଅଭାବ, ପନିପରିବା ଏବଂ ଫଳର ଅଭାବ ଏବଂ ମଦ୍ୟପାନ ଯୋଗୁ ହୃଦଘାତ ହେବାର ଅଧିକ ସମ୍ଭାବନା ରହିଥାଏ।

Powered by Froala Editor