ଭୁବନେଶ୍ୱର: ଘରେ ବିଭିନ୍ନ ପୂଜାପାର୍ବଣ ବା ଆଳତି ସମୟରେ କର୍ପୂରର ବ୍ୟବହାର କରାଯାଇଥାଏ। ଏହା ପରେ ମଧ୍ୟ କର୍ପୂରକୁ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ। ଏଥିରୁ ଆଣ୍ଟିବାୟୋଟିକ ଓ ଆଣ୍ଟି ଫଙ୍ଗାଲ ଗୁଣ ମିଳିଥାଏ। ଏହା ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଲାଗି ମଧ୍ୟ ବ୍ୟବହାର କରାଯାଏ। ତେବେ ଉଭୟ କର୍ପୂର ଓ କର୍ପୂରତେଲ ଅନେକ କାର୍ଯ୍ୟରେ ଲାଗିଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ।
-କର୍ପୂରତେଲକୁ ମୁହଁରେ ଲଗାଇଲେ ବ୍ରଣ ସହ କଳାଦାଗ ସମସ୍ୟା ଦୂରହୋଇଥାଏ। ଏହାକୁ କପାଳରେ ଲଗାଇ ମାଲିସ କଲେ ଚିନ୍ତାରୁ ମୁକ୍ତି ମିଳିଥାଏ।
– ଏହି ତେଲକୁ କେଶରେ ଲଗାଇବା ଫଳରେ କେଶ ଝଡ଼ିବା, ରୁପି ଓ ଚନ୍ଦାପଣ ସମସ୍ୟା ଦୂରହୋଇଥାଏ। ମୁହଁ ସଫା କରିବାର ଏକଘଣ୍ଟା ପୂର୍ବରୁ ଏହାକୁ ଦହିରେ ମିଶାଇ ଲଗାଇ ଧୋଇଦିଅନ୍ତୁ। କେଶ ସମସ୍ୟା ଦୂରହେବ।
– ଗରମପାଣିରେ ଅଳ୍ପ କର୍ପୂରତେଲ ମିଶାଇ ସେଥିରେ ପାଦ ବୁଡ଼ାଇଲେ ଗୋଡ଼ ଫଟା ସମସ୍ୟାରୁ ମୁକ୍ତି ମିଳିଥାଏ।
-ଶରୀରରେ କଟାଦାଗ କି କଳାଦାଗ ଯଦି ରହିଥାଏ ତେବେ କର୍ପୂରତେଲ ଲଗାଇବା ଫଳରେ ତାହା ଦୂରହୋଇଥାଏ।
-ଏହାକୁ ଶରୀରରେ ମାଲିସ କରିବା ଫଳରେ ଦରଜ କମିଥାଏ।
ଏହି ତେଲ ବଜାରରେ ଉପଲବ୍ଧ ହେଉଥିଲେ ମଧ୍ୟ ଏହାକୁ ଘରେ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଅଳ୍ପ ନଡ଼ିଆ ତେଲରେ କର୍ପୂରଗୁଣ୍ଡ ମିଶାଇ ଏକ ବନ୍ଦ ପାତ୍ରରେ ରଖନ୍ତୁ।
Powered by Froala Editor
