ଆଜି  ପ୍ରକାଶ  ସିୟୁଇଟି ପିଜି ପ୍ରବେଶିକା ଫଳ

ଆଜି ପ୍ରକାଶ ସିୟୁଇଟି ପିଜି ପ୍ରବେଶିକା ଫଳ

ରାଜ୍ୟ ଖବର

ଭୁବନେଶ୍ୱର: ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ଫଳ ସୋମବାର ପ୍ରକାଶ ପାଇବ । ଅପରାହ୍ଣ ୪ଟା ସମୟରେ ସିୟୁଇଟି ପିଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ୟୁଜିସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ବିଭାଗୀୟ ୱେବସାଇଟ www.nta.ac.in ମାଧ୍ୟମରେ ପାଇପାରିବେ ।

ତେବେ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଚଳିତ ମାସ ୨୩ ତାରିଖରେ ଫାଇନାଲ ଆନସର୍‌ କି ପ୍ରକାଶ ପାଇ ସାରିଛି। ଚଳିତବର୍ଷ ଦେଶର ୪ ଲକ୍ଷ ଛାତ୍ରଛାତ୍ରୀ ସିୟୁଇଟି ପିଜି ପ୍ରବେଶିକା ଦେଇଥିଲେ ।

Powered by Froala Editor