କଟକ: କଟକ ବଡମେଡିକାଲରୁ କନ୍ୟା ଶିଶୁ ଅପହରଣ ହୋଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ସ୍ପର୍ଶକାତର ପ୍ରସଙ୍ଗ ବୋଲି କହିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ। ତାଙ୍କ ସୂଚନା ଅନୁଯାୟୀ ପୁରୀର ତୋଫାନ ଜେନା ନାମକ ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ପତ୍ନୀଙ୍କୁ ଆଣି କଟକ ବଡ଼ ମେଡିକାଲର ଲେବର୍ ୱାର୍ଡରେ ଭର୍ତ୍ତି କରାଇଥିଲେ। ମହିଳା ଜଣଙ୍କ ଗୁରୁବାର ଦିନ ଦୁଇଟି ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ। ସେଥିରୁ ଜଣେ ଜଣ୍ଡିସ ଆକ୍ରାନ୍ତ ବୋଲି କହି ଆଇସିୟୁକୁ ନିଆଗଲା। ଆଇସିୟୁକୁ ନବାର କିଛି ସମୟ ପରେ ମେଡିକାଲ ପକ୍ଷରୁ ତପନଙ୍କୁ କୁହାଗଲା ଯେ ତାଙ୍କର ଶିଶୁ କନ୍ୟା ଚୋରି ହୋଇଯାଇଛି। ଏହି ଚାଞ୍ଚଲ୍ୟକର ଘଟଣା କଟକ ବଡ଼ ମେଡିକାଲର ଅବ୍ୟବସ୍ଥା ଓ ବିପର୍ୟ୍ୟସ୍ତ ସୁରକ୍ଷା ବ୍ୟବସ୍ଥାକୁ ବୟାନ କରୁଛି ବୋଲି ଶ୍ରୀ ଚୌଧୁରୀ ଅଭିଯୋଗ କରିଛନ୍ତି। ଆଗରୁ ସରକାରୀ ଡାକ୍ତରଖାନା ରେ ଦଲାଲ ମାତିଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରସାରଣ ହେଉଥିଲା। ଏବେ ଏଠାରେ ପିଲାଚୋର ମାତିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ପିଲା ଚୋରି ପାଇଁ ଆମ୍ଭେ କାହାକୁ ଦାୟୀ କରିବା? ବୋଲି ଶ୍ରୀ ଚୌଧୁରୀ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଲୋକ କଟକ ବଡ ଡାକ୍ତରଖାନାକୁ ଆସିବାକୁ ଭୟ ଏବେ ଭୟ କରୁଛନ୍ତି। ସରକାର ତୁରନ୍ତ ଚୋରି ହୋଇଥିବା ପିଲାକୁ ଉଦ୍ଧାର, ଅପରାଧୀକୁ ଆଇନ ଅନୁଯାୟୀ ଦଣ୍ଡ ସହ ସରକାରୀ ଡାକ୍ତରଖାନାକୁ ଦଲାଲ ଓ ଚୋରଙ୍କଠାରୁ ମୁକ୍ତ ରଖିବାକୁ ଶ୍ରୀ ଚୌଧୁରୀ ଦାବି ରଖିଛନ୍ତି।
Powered by Froala Editor
