ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍। ଇଡକୋ ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି। ଭୁବନେଶ୍ଵର ସମେତ ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡ଼ାରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ହୋଇଛି।
ସୂଚନାନୁଯାୟୀ, ଭୁବନେଶ୍ଵର ରୁପାଲି ଛକ ନିକଟରେ ଥିବା ଇଡକୋ ଅଫିସ, କୋରଡକଣ୍ଟାସ୍ଥିତ ତିନି ମହଲା ଘର, ଝାରପଡା ନୀଳାଦ୍ରିନଗରସ୍ଥିତ ଘର, ଉତ୍ତରା ଛକସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ପୁରୀ ଗ୍ରାଣ୍ଡ ଏସିଆନ୍ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇସ୍ଥିତ ପୈତୃକ ଘର, ପଟ୍ଟାମୁଣ୍ଡାଇ ବେଲତଳାସ୍ଥିତ ଗୋଟିଏ ତିନି ମହଲା ଘରେ ଚଢାଉ ଚାଲିଛି। ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ୱାରେଣ୍ଟ ବଳରେ ଚଢାଉ ଚାଲାଛି। ଏହି ଚଢାଉରେ ୨ ଜଣ ଡିଏସ୍ପି, ୧୦ ଜଣ ଇନସ୍ପେକ୍ଟର, ୫ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।
Powered by Froala Editor
