ପୁରୀର ହୋଟେଲରୁ ଅଣଓଡ଼ିଆ ମହିଳା ପର୍ୟ୍ୟଟକଙ୍କ ମୃତଦେହ ଉଦ୍ଧାର

ପୁରୀର ହୋଟେଲରୁ ଅଣଓଡ଼ିଆ ମହିଳା ପର୍ୟ୍ୟଟକଙ୍କ ମୃତଦେହ ଉଦ୍ଧାର

ରାଜ୍ୟ ଖବର

ପୁରୀ: ପୁରୀର ଏକ ତାରକା ହୋଟେଲରୁ ଆଜି ଜଣେ ଅଣଓଡ଼ିଆ ମହିଳା ପର୍ୟ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଜଣକ ରଶି ଲଗାଇ ନିଜ ରୁମ୍‌ରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତା ମହିଳାଙ୍କ ନାଁ ଐଶ୍ଚର୍ୟ୍ୟା ସାହାନାବାଗ ଓ ତାଙ୍କ ଘର ବେଙ୍ଗାଲୁରରେ ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମହିଳାଜଣକ ୱାଟର ରିସୋର୍ସେସକୁ ନେଇ ଏକ ଏନଜିଓ ପାଇଁ କାର୍ୟ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ସେ ପୁରୀ ଆସି ହୋଟେଲରେ ରହିଥିଲେ। ଗତକାଲି ରାତିରେ ସେ ନିଜ ପରିବାର ସହ କଥା ହୋଇଥିଲେ। ମାତ୍ର ଆଜି ସକାଳେ ପରିବାର ଲୋକେ ବହୁଥର ଫୋନ୍‌ କଲେ ବି କେହି ଉଠାଇ ନ ଥିଲେ। ଏନେଇ ପରିବାର ଲୋକେ ହୋଟେଲକୁ ଅବଗତ କରିଥିଲେ। ହୋଟେଲ ପକ୍ଷରୁ ବାରମ୍ବାର ତାଙ୍କ ରୁମ୍‌ ବେଲ୍ ମରାଯାଇଥିଲେ ବି କୌଣସି ଉତ୍ତର ମିଳି ନ ଥିଲା।

ପରେ  ରୁମ୍‌ ଖୋଲିବା ପରେ ମହିଳାଜଣକ ରଶି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଥିଲା।



Powered by Froala Editor