ଭୁବନେଶ୍ୱର : ଆଜି ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ କର୍ଣ୍ଣାଟକର ଭାରତ ଯୋଡ ଯାତ୍ରାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ପୂର୍ବତନ ସାଂସଦ ସ୍ବର୍ଗତଃ ଜୟନ୍ତୀ ପଟ୍ଟନାୟକଙ୍କ ପୁତ୍ର ପୃଥ୍ବୀ ବଲ୍ଲଭ ପଟ୍ଟନାୟକଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ସ୍ବର୍ଗତଃ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗ ପାଇଁ ରାହୁଲ ଗଭୀର ସମବେଦନା ଜଣାଇଛନ୍ତି। ଶ୍ରୀ ଗାନ୍ଧୀ କହିଥିଲେ ଶ୍ରୀମତୀ ପଟ୍ଟନାୟକ ଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି।ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ପ୍ରଚେଷ୍ଟା ଅବିସ୍ମରଣୀୟ। ସେ ତାଙ୍କର ଆବେଗ ବ୍ୟକ୍ତ କରିଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ତଥା ସାଂସଦ ଡ ଚେଲ୍କା କୁମାର, ପୃଥ୍ୱୀବଲ୍ଲଭ ଙ୍କ ସହିତ ରାହୁଲ ଗାନ୍ଧୀଙ୍କ ସହ କଥାବାର୍ତ୍ତା କରାଇଥିଲେ।
Powered by Froala Editor
