ଟି-୨୦ ବିଶ୍ବକପ୍‌:  ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍‌ର

ଟି-୨୦ ବିଶ୍ବକପ୍‌: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍‌ର

ଖେଳ ଖବର

ନୂଆଦିଲ୍ଲୀ: ଅକ୍ଟୋବର ୧୬ରେ ବାଜିବ ଟି-୨୦ ବିଶ୍ବକପ୍‌ର ବିଗୁଲ। ନିଜର ସମସ୍ତ ପ୍ରସ୍ତୁତିକୁ ସାରି ସବୁ ଟିମ୍‌ ଏବେ ଅଷ୍ଟ୍ରେଲିଆ ମାଟିରେ ପହଞ୍ଚୁଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍‌ ଗୁରୁବାର ସକାଳୁ ସକଳୁ ଟି-୨୦ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିିଛି। ବିସିସିଆଇ ପକ୍ଷରୁ ଏନେଇ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି ସୂଚନା ଦିଆଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ବାରା ଜାରି କରାଯାଇଥିବା ଏହି ଫଟୋରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହିତ ଭାରତୀୟ ଦଳର ୧୪ଜଣ ଖେଳାଳୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଫଟୋରେ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଫଟୋରେ ସମସ୍ତେ ବ୍ଳେଜର ପିନ୍ଧିଥିବା ନଜର ଆସିଛନ୍ତି। 

ଦଳରେ ୧୫ନମ୍ବର ସ୍ଥାନରେ ଜସ୍‌ପ୍ରିତ ବୁମ୍‌ରାହ ରହିଥିଲେ, କିନ୍ତୁ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ବୁମ୍‌ରାହଙ୍କ ପିଠିରେ ଆଘାତ ଲାଗିବା କାରଣରୁ ଦଳରୁ ବାଦ୍‌ ପଡ଼ିଥିଲେ। ବିସିସିଆଇ ବର୍ତ୍ତମାନ ସୁଦ୍ଧା ବୁମରାହଙ୍କ ବଦଳରେ କିଏ ଖେଳିବେ ସେନେଇ କୌଣସି ଘୋଷଣା କରିନଥିବାରୁ, ଫଟୋରେ ୧୫ଜଣଙ୍କ ବଦଳରେ ୧୪ଜଣ ଖେଳାଳୀଙ୍କୁ ଦେଖିବାକୁ ମିଳିଥିଲା। ଷ୍ଟାଣ୍ଡବାୟରେ ବିସିସିଆଇ ଶ୍ରେୟସ ଆୟର ଓ ମହମ୍ମଦ ସାମୀଙ୍କ ବଦଳରେ ଦୀପକ ଚହରଙ୍କୁ ରଖିଛନ୍ତି।

ଟି-୨୦ ବିଶ୍ବକପରେ ଭାରତୀୟ ଖେଳାଳୀ: ରୋହିତ୍‌ ଶର୍ମା(ଅଧିନାୟକ), କେ.ଏଲ. ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ଆର.ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଅକ୍ଷର ପଟେଲ ଏବଂ ଦିପକ ହୁଡ୍ଡା ରହିଛନ୍ତି।

Powered by Froala Editor