ଆଦିପୁରୁଷ’ ଚଳଚିତ୍ରର ବିବାଦ, ଅଦାଲତରେ ପହଞ୍ଚିଲା ମାମଲା

ଆଦିପୁରୁଷ’ ଚଳଚିତ୍ରର ବିବାଦ, ଅଦାଲତରେ ପହଞ୍ଚିଲା ମାମଲା

ବିଶେଷ ଖବର

ଫିଲ୍ମ ‘ଆଦିପୁରୁଷ'ର ଟିଜର ରିଲିଜ ହେବା ପରେ ଏବେ ବିବାଦରେ ଛନ୍ଦି ହୋଇଯାଇଛି । ଅଭିନେତା ପ୍ରଭାସ ଓ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ପିଲ୍ମ ‘ଆଦିପୁରୁଷ’ କୁ ନେଇ ଲାଗିଥିବା ବିବାଦ ଏବେ ତିଶ ହଜାରୀ ଅଦାଲତରେ ପହଞ୍ଚିଛି  । ଫିଲ୍ମର ରିଲିଜ ଓ ଏହାର ଟିଜରରେ ଆପତ୍ତିଜନକ ଭାଗକୁ ହଟାଇବା ପାଇଁ ୟୁଟୁ୍ୟବ ଓ ଇଣ୍ଟରନେଟ ମିଡିଆକୁ ନିଦେ୍ର୍ଧଶ ଦେବାକୁ ରାଜ ଗୌରବ ପିଟିସନ ଦାଖଲ କରିଛନ୍ତି  ।

ଏହି ଫିଲ୍ମରେ ଭଗବାନ ରାମ ଓ ହନୁମାନଙ୍କ ଭଳି ଚରିତ୍ରକୁ ଭୁଲ ତରିକାରେ ଚିତ୍ରିତ କରାଯାଇଛି । ଯାହା ହିନ୍ଦୁ ସମାଜକୁ ଆଘାତ ଦିଆଯାଇଛି ବୋଲି ପିଟିସନକାରୀ ଯୁକ୍ତି ବାଢ଼ିଛନ୍ତି  । ଫିଲ୍ମକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ନିଦେ୍ର୍ଧଶ ଦେବା ପାଇଁ ପିଟିସନକାରୀ କୋର୍ଟରେ ଦାବି କରିଛନ୍ତି  । ଫିଲ୍ମ ୧୨ ଜାନୁଆରୀ ୨୦୨୩ରେ ରିଲିଜ ହେବ  ।

ପିଟିସନକାରୀ ଆହୁରି ଯୁକ୍ତି କରିଛନ୍ତି ଯେ, ଅଭିବ୍ୟକ୍ତକୁ ସ୍ୱତନ୍ତ୍ରତା କରିବା ନ୍ୟାୟରେ ପ୍ରତିବାଦୀ ରାମାୟଣ ଭଳି ମହାକାବ୍ୟର ମୂଳ ସ୍ୱରୁପକୁ ବିକୃତ କରିପାରିବେ ନାହିଁ  । କାରଣ ଏହି କାବ୍ୟ ଭାରତର ସଂସ୍କୃତି, ସଭ୍ୟତା ଓ ଆଧ୍ୟତ୍ମିକତାର ଏକ ଅଂଗ  । ପ୍ରତିବାଦୀକୁ ଭାରତର ସ୍ୱର୍ଣ୍ଣ ଇତିହାସ ପ୍ରତି ଖେଳିବାକୁ ଦିଆଯାଇ ପାରିବ ନାହିଁ  । ଭଗବାନ ରାମଙ୍କ ପ୍ରତିଛବି ଶାନ୍ତିପ୍ରିୟ ଅଟେ  । ହେଲେ ଫିଲ୍ମରେ ଏହାକୁ ବିକୃତ ଭାବେ ଅତ୍ୟାଚାରୀ ବୋଲି ଦର୍ଶାଯାଇଛି  । ତେଣୁ ଏହି ଫିଲ୍ମକୁ ନିଷିଦ୍ଧ କରିବାକୁ ପିଟିସନକାରୀ ଦାବି କରିଛନ୍ତି  ।

Powered by Froala Editor