ଆଜି  ୧୭ ବର୍ଷରୁ କମ୍ ଫିଫା ଫୁଟବଲ୍‌ ବିଶ୍ୱକପ, ନୂଆ ବୋହୂ ପରି ସଜେଇ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍

ଆଜି ୧୭ ବର୍ଷରୁ କମ୍ ଫିଫା ଫୁଟବଲ୍‌ ବିଶ୍ୱକପ, ନୂଆ ବୋହୂ ପରି ସଜେଇ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍

ଖେଳ ଖବର

ଭୁବନେଶ୍ୱର: ଆଜି ବାଜିବ ୧୭ ବର୍ଷରୁ କମ୍ ଫିଫା ଫୁଟବଲ୍‌ ବିଶ୍ୱକପ ବିଗୁଲ୍ । ଆରମ୍ଭ ହେବ ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ ।   ଏଥିଲାଗି ନୂଆ ବୋହୂ ପରି ସଜେଇ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ । ମୋରକ୍କୋ ଓ ବ୍ରାଜିଲ୍ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ପରେ ସଂଧ୍ୟାରେ ଆମେରିକାକୁ ଭେଟିବ ଭାରତ । ଏଥିଲାଗି ଷ୍ଟାଡିୟମ୍ ଓ ଖେଳାଳି ସମସ୍ତେ ପ୍ରସ୍ତୁତ୍ ।


  ରାଜଧାନୀ ଭୁବନେଶ୍ୱରର ଚାରିଆଡ଼େ ଦେଖିବାକୁ ମିଳୁଛି ଫୁଟବଲ ଫିଭର । ଷ୍ଟାଡିୟମରୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଛାଇଗଲାଣି ପୋଷ୍ଟର ବ୍ୟାନର । ୧୨ ହଜାର କ୍ଷମତା ସମ୍ପନ୍ନ କଳିଙ୍ଗ ଷ୍ଟାଡିୟମକୁ ଅତି ସୁନ୍ଦର ଭାବେ ସମ୍ବଲପୁରୀ ପଶାପଲୀ ଡିଜାଇନ୍‌ରେ  ସଜା ଯାଇଛି । ଲାଲ, ସବୁଜ, ଧଳା ପ୍ରିଣ୍ଟରେ ସିଟ୍‌ଗୁଡ଼ିକୁ ନୂଆ ରୂପ ଦିଆଯାଇଛି ।

ବ୍ରାଜିଲ ଓ ମରୋକୋ ମଧ୍ୟରେ ଅପରାହ୍ନ ସାଢ଼େ ୪ଟାରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ । ଏହାପରେ ରାତି ୮ଟାରେ ଦ୍ୱିତୀୟ ମ୍ୟାଚ୍‌ରେ ଆମେରିକାକୁ ଟକ୍କର ଦେବ ଆୟୋଜକ ଭାରତ । ଅଣ୍ଡର ସେଭେଣ୍ଟିନ୍‌ ଫିଫା ମହିଳା ବିଶ୍ୱକପ୍‌ରେ ଭାରତ ପ୍ରଥମ ଥର ପାଇଁ ଭାଗ ନେଉଛି।   ଏଥିନିମନ୍ତେ ଦୀର୍ଘ ୭ ମାସ ହେଲା ଖେଳାଳିମାନେ ଅଭ୍ୟାସ ଚଳାଇଛନ୍ତି । ମାନସିକ ଓ ଶାରୀରିକ ଭାବେ ଆମେ ଶକ୍ତ ଅଛୁ ।  ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବୁ ବୋଲି ମହିଳା ଟିମ୍‌ ଅଧିନାୟକ କହିଛନ୍ତି ।  



Powered by Froala Editor