ପ୍ରତିଦନ ପିଅନ୍ତୁ ଏହି ପାଣି, ପାଖ ମାଡିବନି ରୋଗ ବୈରାଗ

ପ୍ରତିଦନ ପିଅନ୍ତୁ ଏହି ପାଣି, ପାଖ ମାଡିବନି ରୋଗ ବୈରାଗ

ବିଶେଷ ଖବର

ଭୁବନେଶ୍ୱର: ପ୍ରତିଦିନ ସକାଳେ ଧନିଆ ପାଣି ପିଇବା ଦ୍ୱାରା କେବଳ ଥାଇରଏଡ୍‌ ସମସ୍ୟା କମି ନ ଥାଏ, ବରଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ରାମବାଣ ହୋଇଥାଏ। ଏହାକୁ ବନାଇବା ପାଇଁ ୧ ଚାମଚ ଧନିଆ ମଞ୍ଜିକୁ ୫ ମିନିଟ୍‌ ପାଣିରେ ସିଝାଇ ଦିଅନ୍ତୁ। ଏହାକୁ ସେ ପର୍ଯ୍ୟନ୍ତ ଫୁଟାନ୍ତୁ, ଯେ ପର୍ଯ୍ୟନ୍ତ ପାଣି ଅଧା ନ ହୋଇଛି। ଏହାପରେ ଏହାକୁ ଛାଣି ପିଅନ୍ତୁ। ଯଦିଓ ଧନିଆ ମଞ୍ଜିର ସେଭଳି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥାଏ, କିନ୍ତୁ ବେଳେବେଳେ ଏହାକୁ ବେଶି ମାତ୍ରାରେ ସେବନ କରିବା ଦ୍ୱାରା ଶରୀରରେ ଆଲର୍ଜି ସୃଷ୍ଟି ହୋଇପାରେ। ବିଶେଷ କରି ଗର୍ଭବତୀ ମହିଳାମାନେ ଧନିଆ ମଞ୍ଜି ଅଧିକ ମାତ୍ରାରେ ସେବନ କରିବା ଉଚିତ୍‌ ନୁହେଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଧନିଆ ମଞ୍ଜିର ଫାଇଦା ବିଷୟରେ କହିବୁ। ଆସନ୍ତୁ ଜାଣିବା ଏହା ବିଷୟରେ…।

ଧନିଆ ପାଣିର ଫାଇଦା
- ଧନିଆ ଆପଣଙ୍କ ପ୍ରତିରକ୍ଷା ସ୍ତର ବଢ଼ାଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରରେ ଫ୍ରି ରେଡିକଲ୍ସକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

- ଭିଟାମିନ୍ କେ, ସି ଏବଂ ଏ ଭଳି ଭିଟାମିନ୍ସରେ ଭରପୂର ଥିବା କାରଣରୁ ଧନିଆ ପାଣି କେଶକୁ ମଜଭୁତ କରିବା ତଥା କେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସକାଳେ ଧନିଆ ପାଣି ପିଇବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା କମି ଯାଇଥାଏ।

- କୁହାଯାଏ, ଥାଇରଏଡ ରୋଗୀଙ୍କ ପାଇଁ ଧନିଆ ପାଣି ଅମୃତ ସମାନ। ଧନିଆ ପାଣି ପିଇବା ଦ୍ୱାରା ଉଭୟ ପ୍ରକାରର ଥାଇରଏଡ ଅସନ୍ତୁଳନର ଚିକିତ୍ସା କରାଯାଇ ପାରିବ।

- ଧନିଆ ହେଉଛି ମୂତ୍ରବର୍ଦ୍ଧକ। ଏଥିପାଇଁ ଆପଣଙ୍କ ଶରୀରରୁ ଟକ୍ସିନ୍‌କୁ ବାହାର କରିବାରେ ଏହା ସାହାଯ୍ୟ କରିଥାଏ। ସକାଳେ ଧନିଆ ପାଣି ପିଇବା ଦ୍ୱାରା ଆପଣ ନିଜ କ୍ରିୟାକୁ ଡିଟକ୍ସ କରି ପାରିବେ।

- ଧନିଆରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଫ୍ରି ରେଡିକଲ୍ସକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏଥିସହ ଆପଣଙ୍କ ଓଜନ ହ୍ରାସ କରିବାରେ ମଧ୍ୟ ଏଥିରୁ ସାହାଯ୍ୟ ମିଳିଥାଏ।



Powered by Froala Editor