କାହିଁକି ଦରଜ ହୁଏ ଶରୀର

କାହିଁକି ଦରଜ ହୁଏ ଶରୀର

ବିଶେଷ ଖବର


ଭୁବନେଶ୍ୱର: ଶରୀର ଦରଜ ହେବା ଏକ ସାଧାରଣ ସମସ୍ୟା  । ଯଦି ବିନା କାରଣରେ ଶରୀର ଲଗାତାର ଦରଜ ହେଉଛି,ତେବେ ଏବେଠାରୁ ସତର୍କ ହୋଇ ଯାଆନ୍ତୁ  । ଏହା ଆପଣଙ୍କର ଛୋଟ ରୋଗ ଠାରୁ ଆରମ୍ଭ କରି ସାଂଘାତିକ ରୋଗର କାରଣ ବି ହୋଇପାରେ  । ତେଣୁ ସମୟ ପୂର୍ବରୁ ଏହାର କାରଣ ଅନୁଧ୍ୟାନ କରି ଚିକିତ୍ସା କରିବା ଜରୁରୀ  । କିନ୍ତୁ ପେନ କିଲର ଖାଇବା ଦ୍ୱାରା ଏହି ସମସ୍ୟା କମିବା ପରିବର୍ତ୍ତେ ଅଧିକ ଘାତକ ହୋଇପାରେ  । ତେବେ ଆସନ୍ତୁ ଜାଣିବା ଏହାର କିଛି ଉପାୟ ସମ୍ପର୍କରେ

ନିଦ କମ ହେବା :
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅତି କମରେ ୬ ରୁ ୮ ଘଣ୍ଟା ନିଦ୍ରା ଯିବା ଜରୁରୀ ହୋଇଥାଏ  । କାରଣ ବ୍ୟକ୍ତି ଯେତେବେଳେ ଶୋଇଥାଏ ଶରୀର ପୁନର୍ବାର ଶକ୍ତି ସଂରକ୍ଷଣ କରିଥାଏ  । ଯେଉଁଥିପାଇଁ ଆପଣ ପରଦିନ ସୁସ୍ଥ ଅନୁଭବ କରିଥାନ୍ତି  । ଯଦି ନିଦରେ ବାଧା ଉତ୍ପନ୍ନ ହୁଏ, ଶରୀରରେ ଦରଜ ଅନୁଭବ ହୋଇଥାଏ ।

ଶରୀରରେ ପାଣି କମ ହେବା :
ଆପଣ ଯେତେ ପାଣି ପିଅନ୍ତି, ତା ଠାରୁ ଅଧିକ ପାଣି ଶରୀର ନିଷ୍କାସନ କରିଥାଏ  । ତେଣୁ କମ ପାଣି ପିଇବା କାରଣରୁ ବ୍ୟକ୍ତିର ଶରୀର ଡିହାଇଡ୍‌ରେଟ ହୋଇଯାଇଥାଏ  । ପାଣି କମ ହେଲେ ଆପଣ ଥକ୍କାପଣ ଓ ଦରଜ ଅନୁଭବ କରିବେ  ।

ରକ୍ତରେ ଆଇରନ୍‌ ଅଭାବ :
ଶରୀରରେ ଆଇରନ୍‌ କମ ହେଲେ ଅଲଗା ଅଲଗା ଅଂଶରେ ଅକ୍ସିଜେନ ଓ ପୋଷକ ତତ୍ତ୍ୱ ମାତ୍ରା କମ ହୋଇଥାଏ  । ଯେଉଁଥିପାଇଁ ଆପଣଙ୍କୁ ଥକ୍କା ଓ ଦରଜ ଲାଗିଥାଏ  । ଶରୀରରେ ଆଇରନ କମ ହେଲେ ଶରୀର ଆବଶ୍ୟକ ଶକ୍ତି ପାଇ ନଥାଏ  ।

ଭିଟାମିନ ଡି ର ଅଭାବ :
ହାଡ ନିର୍ମାଣରେ ସାହାଯ୍ୟ କରିଥାଏ ଭିଟାମିନ ଡ଼ି  । ଏହାଛଡା ଭିଟାମିନ ଡି କ୍ୟାନସର ଆଶଙ୍କା କମ କରିଥାଏ  । ସଂକ୍ରମଣ ଓ ଦରଜକୁ କମ କରିବାରେ ଭିଟାମିନ ଡି ର ଆବଶ୍ୟକତା ଜରୁରୀ ହୋଇଥାଏ  ।



Powered by Froala Editor