ଡିସକସ୍ ଫିଙ୍ଗାଳି କମଲପ୍ରୀତ କୌରଙ୍କୁ ୩ ବର୍ଷ ବାସନ୍ଦ, ଜାଣନ୍ତୁ କାହିଁକି ?

ଡିସକସ୍ ଫିଙ୍ଗାଳି କମଲପ୍ରୀତ କୌରଙ୍କୁ ୩ ବର୍ଷ ବାସନ୍ଦ, ଜାଣନ୍ତୁ କାହିଁକି ?

ଜାତୀୟ ଖବର


ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ସଫଳତା ହାସଲ କରିଥିବା ଭାରତର ଷ୍ଟାର ଡିସକସ୍ ଫିଙ୍ଗାଳି କମଲପ୍ରୀତ କୌରଙ୍କୁ ଝଟକା ଲାଗିଛି । ତାଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରାଯାଇଛି । ନିଷିଦ୍ଧ ଶକ୍ତିବର୍ଦ୍ଧକ ପଦାର୍ଥ ଷ୍ଟାନୋଜୋଲୋଲ ବ୍ୟବହାର କରୁଥିବା ନେଇ ତାଙ୍କୁ ଆଥଲେଟିକ ଇଣ୍ଟିଗ୍ରିଟି ୟୁନିଟ ପକ୍ଷରୁ ବାସନ୍ଦ କରାଯାଇଛି । ମାର୍ଚ୍ଚ ୨୯, ୨୦୨୨ରୁ ଏହି ବାସନ୍ଦ ଲାଗୁ କରାଯାଇଛି ।

ମାର୍ଚ୍ଚ ୭ ତାରିଖରେ ପଟିଆଲାରୁ ସଂଗୃହୀତ ନମୁନାରେ ଷ୍ଟେରଏଡ ମିଳିବା ପରେ ମଇ ମାସରେ ତାଙ୍କୁ ମୌଖିକ ଭାବେ ବାସନ୍ଦ କରାଯାଇଥିଲା । ଷ୍ଟାନୋଜୋଲୋଲ ଏକ ଆନାବଲିକ ଷ୍ଟେରଏଡ ଏହାର ବ୍ୟବହାର ମାଂସପେଶୀର ଆକାର ବୃଦ୍ଧି ପାଇଁ ବ୍ୟବହାର କରାଯାଏ । କମଲପ୍ରୀତ ନିଜର ନମୁନା ପରୀକ୍ଷଣ ପାଇଁ ମନା କରିଥିଲେ । ଏଆଇୟୁ ପକ୍ଷରୁ ଜାରି ହୋଇଥିଲା ବିବୃତ୍ତିରେ କୁହାଯାଇଛି, ୨୮ ମାର୍ଚ୍ଚ ୨୦୨୨ରେ ବିଶ୍ବ ଡୋଫି ନିରୋଧୀ ସଂସ୍ଥା ସାମ୍ପଲ ଟେଷ୍ଟରେ ଆଥଲେଟଙ୍କ ପାଇଁ ନିଷିଦ୍ଧ ପଦାର୍ଥ ଷ୍ଟାନୋଜୋଲୋଲ ରହିଥିବା ଜଣାପଡିଥିଲା । ସେ ୪ଟି ସପ୍ଲିମେଣ୍ଟ ନେଉଥିବାବେଳେ ଗୋଟିଏରେ ଷ୍ଟାନୋଜୋଲୋଲ ଥିବା ଜଣାପଡିଥିଲା । ଅଭ୍ୟାସ ସମୟରେ ସପ୍ତାହରେ ୫ଦିନ ଏହା ବ୍ୟବହାର କରୁଥିବା ସେ ସ୍ବୀକାର କରିଥିଲେ । ତେଣୁ କମଲପ୍ରୀତଙ୍କୁ ୩ ବର୍ଷ ବାସନ୍ଦ କରାଯାଇଛି ।ସେପ୍ଟେମ୍ବର ୭ରେ ତାଙ୍କୁ ଏଆଇୟୁ ପକ୍ଷରୁ ନୋଟିସ ଜାରି ହୋଇଥିଲା । ଏହାର ୨୦ ଦିନ ପରେ ସେ ଭୁଲ ମାନିଥିଲେ । ୪ ବର୍ଷ ବାସନ୍ଦାଦେଶ ନିର୍ଦ୍ଦେଶକୁ ୩ ବର୍ଷକୁ ହ୍ରାସ କରାଯାଇଛି । ବାସନ୍ଦ କରାଯିବା ଫଳରେ ୨୦୨୪ ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାରୁ ସେ ବଞ୍ଚିତ ହୋଇଛନ୍ତି । ଏହାସହ ମାର୍ଚ୍ଚ ୭ରୁ କମଲପ୍ରୀତଙ୍କ ନାମରେ ଥିବା ସମସ୍ତ ରେକର୍ଡକୁ ଖାରଜ କରି ଦିଆଯାଇଛି ।

Powered by Froala Editor