ସିନେ ଜଗତରେ ‘ପରୀ’ ଭାବେ ପରିଚିତ ବଲିଉଡ଼ ସୁନ୍ଦରୀ ପରିଣୀତି ଚୋପ୍ରା । ଚୁଲୁବୁଲୀ ଯୁବତୀ ଚରିତ୍ରରେ ଅଭିନୟ କରି ସେ ତାଙ୍କ ପରାକାଷ୍ଠା ଦେଖାଇଥିଲେ । ଏଥରକ ସେ ଆକ୍ସନ ନାୟିକା ବେଶରେ ଦର୍ଶକଙ୍କ ସମ୍ମୁଖକୁ ଆସୁଛନ୍ତି । ‘ତ୍ରିରଙ୍ଗା’ ଚଳଚିତ୍ର ମଧ୍ୟମରେ ସେ ଏହି ଆକ୍ସନ ରୂପରେ ଦେଖିବାକୁ ମିଳିବ । ତୁର୍କୀ ଓ ଦକ୍ଷିଣ ଆଫ୍ରିକାରେ ସବୁ ସୁଟିଂ ଶେଷ ହୋଇଛି । ୨୦୧୧ରେ ପରୀ ସିନେଜଗତରେ କାମ ଆରମ୍ଭ କରିଥିଲେ ।
ତେବେ ଆକ୍ସନ ଚରିତ୍ରରେ କାମ କରିବାକୁ ସେ ବ୍ୟାକୁଳ ଥିବା କଥା ପ୍ରକାଶ କରିଛନ୍ତି । ୧୦ବର୍ଷ ପରେ ଏଭଳି ଭୂମିକାଟିଏ ତାଙ୍କ ପାଇଁ ଅଫର ଆସିବାରୁ ସେ ସଙ୍ଗେସଙ୍ଗେ ରାଜି ହୋଇଗଲେ । ଏହି ଫିଲ୍ମଟିରେ ସେ ଜଣେ ଗୁପ୍ତଜର ଭାବରେ କାମ କରିଛନ୍ତି । ପାଖାପାଖି ୨୦୦-୩୦୦ ଆକ୍ସନ ଚଳଚିତ୍ର ସେ ମାତ୍ର ଗୋଟିଏ ସପ୍ତାହରେ ଦେଖିଥିଲେ । ଚଳଚିତ୍ର ସୁଟିଂ ସମୟରେ ତାଙ୍କ ହାତରେ ଦୁଇଥର ଆଘାତ ଲାଗିଥିଲା । ଏହା ସତ୍ତେ୍ୱ ପରୀ ସୁଟିଂ ବନ୍ଦ ନକରି ଚାଲୁ ରଖିଲେ । ଦକ୍ଷିଣ ଆଫ୍ରିକାରେ ଅଢେ଼ଇ ମାସ ତାଲିମ ନେବା ପରେ ସୁଟିଂ ଆରମ୍ଭ ହୋଇଥିଲା । ଏହି ‘ତ୍ରିରଙ୍ଗା’ ଚଳଚିତ୍ରଟି ତାଙ୍କ କ୍ୟାରିୟରରେ ନୂଆ ମୋଡ଼ ଆଣିବ ବୋଲି ପରିଣୀତିଙ୍କ ବିଶ୍ୱାସ ।
Powered by Froala Editor
